ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଦୀପାବଳି ପୂର୍ବରୁ ରେକର୍ଡ ସ୍ତରରେ ସୁନା ଦର, ୧୦ ଗ୍ରାମକୁ ୭୭,୮୯୦ ଟଙ୍କା ଛୁଇଁଲା

ଭୁବନେଶ୍ୱର,୧୭/୧୦: ଦୀପାବଳି ପୂର୍ବରୁ ସୁନା  ଉପରମୁହାଁ । ରେକର୍ଡ ସ୍ତରରେ ପହଞ୍ଚିଯାଇଛି ହଳିଦିଆ  ଧାତୁ । ରାଜଧାନୀ ଭୁବେଶ୍ୱରରେ ୧୦ ଗ୍ରାମ ପିଛା ୨୪  କ୍ୟାରେଟ୍‌ ସୁନା ଦର ୭୭,୮୯୦ ଟଙ୍କା ଛୁଇଁଛି । ସେହିଭଳି  ୨୨ କ୍ୟାରେଟ୍‌ ସୁନା ଦାମ ୭୧,୪୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ଉଭୟ ଦରରେ ଯଥାକ୍ରମେ ୪୯୦ ଟଙ୍କା ଏବଂ  ୪୫୦ ଟଙ୍କା ବୃଦ୍ଧି ପାଇଛି ।   

ଚଳିତ ବର୍ଷ ଏଯାବତ୍‌ ସୁନା ୧୩,୦୦୦ ଟଙ୍କାରୁ ଅଧିକ  ମହଙ୍ଗା ହୋଇଗଲାଣି । ବର୍ଷ ଶେଷ ସୁଦ୍ଧା ଏହା ୮୦,୦୦୦  ଟଙ୍କା ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ସାଧାରଣତଃ ଭୁ-ରାଜନୈତିକ ଅସ୍ଥିରତାବେଳେ ସୁନାରେ  ନିବେଶ ବଢ଼ିଥାଏ । ଚାହିଦା ବଢ଼ିବା ସହ ଏହି ଧାତୁ  ମହଙ୍ଗା ହୁଏ । ପୁଞ୍ଜି ବଜାରରେ ଅସ୍ଥିରତାବେଳେ  ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣନା  କରିଥାନ୍ତି ନିବେଶକ । ଆଜି କିଲୋଗ୍ରାମ ପିଛା ରୁପା  ଦର ୧,୦୩,୦୦୦ ଟଙ୍କାରେ ସ୍ଥିର ରହିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.