ସାହାଜପାଲ,୧୮।୫ : ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ସୁମନ୍ତ ବିଶିଙ୍କୁ ୫ମାସ ହେବ ଏହି ଦିବ୍ୟାଙ୍ଗ ଭତ୍ତା ଟଙ୍କା ମିଳି ନ ଥିବା ଅଭିଯୋଗ ହୋଇଛି। ତାଳଶରଡ଼ା ଗ୍ରାମ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଯାଇ ନିଜର କାଗଜ ପତ୍ର ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ଟଙ୍କା ମିଳି ନାହିଁ।
ଏ ନେଇ ତାଳଶରଡା ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୌଦାମିନୀ ନାଏକଙ୍କୁ ଯୋଗାଯୋଗ କରିବାରୁ କଲ ରିସିଭ କରିନଥିଲେ ବୋଲି କହିଛନ୍ତି। ତୁରନ୍ତ ପ୍ରଶାସନ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ଭତ୍ତା ଟଙ୍କା ଦେବା ପାଇଁ ଜିଲ୍ଲା ପ୍ରଶାସନ ଦାବି କରିଛି।