ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିଲମ୍ବିତ

Published By : Suraj Kumar | June 18, 2025 10:58 PM

ଧର୍ମଶାଳା,୧୮।୬(ସ୍ୱପ୍ର): ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଡ଼ାକ୍ତର ହେମନ୍ତ କୁମାର ମହାରଣାଙ୍କୁ ଚାକିରୀରୁ ବୁଧବାର ନିଲମ୍ବନ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ର ସଂଖ୍ୟା ୧୭୮୬୭, ତା ୧୮.୦୬.୨୫ରିଖ କ୍ରମରେ ଏହି ନିର୍ଦ୍ଦେଶ ନାମା ପ୍ରକାଶ ପାଇଛି। ନିଜ କ୍ଷମତାକୁ ଅପ ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ଶୃଙ୍ଖଳା ଗତ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ବର୍ତ୍ତମାନ ସେ ଯାଜପୁର ସଦର ମହକୁମାରେ ରହିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନନେଇ କୁଆଡେ ଯାଇ ପାରିବେ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। 

ସୂଚନା ଥାଉ କି, ଗତ ତିନି ମାସ ତଳେ ଡାକ୍ତର ମହାରଣାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡେପୁଟେଶନରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିଲା। ତେବେ ମେଡିକାଲ ଆସୁଥିବା ରୋଗୀମାନଙ୍କୁ ବାହାରୁ ମେଡିସିନ କିଣିବା ପାଇଁ ତାଙ୍କ ପ୍ରେସସିକସନରେ ଲେଖିଥିବା ସ୍ବାସ୍ଥ୍ୟ ସଚିବ ଜାଣିବାକୁ ପାଇବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଶୁଣାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.