ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ, ଆଜି ବିଧାୟକ ଦଳ ବୈଠକରେ ବାଜିବ ମୋହର

Published By : Ankita S | December 2, 2024 9:15 AM

ମୁମ୍ବାଇ,୦୨/୧୨: ଆଜି ହିଁ ମହାରାଷ୍ଟ୍ର ସିଏମ ସସପେନ୍ସ ଉପରୁ ପରଦା ଉଠିଯିବ । ମହାରାଷ୍ଟ୍ରକୁ ଏବେ ବହୁତ ଜଲଦୀ ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛି । ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମକୁ ଫାଇନାଲ କରିଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଦାବି କରିଛନ୍ତି କି ଆଜି କିମ୍ବା ଆସନ୍ତାକାଲି ବିଧାୟକ ଦଳ ବୈଠକ ହେବ । ଏଥିରେ ଫଡନାଭିସଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯିବ ।

ଦେବେନ୍ଦ୍ର ଫଡନାଭିସଙ୍କ ନାମ ଫାଇନାଲ- ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ୨୦୧୪ ଓ ୨୦୧୯ ଯାଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦ୍ବିତୀୟ ଥର ୨୦୧୯ରେ ମାତ୍ର ୩ ଦିନ ପାଇଁ ମହାରାଷ୍ଟ୍ର ସିଏମ ହୋଇଥିଲେ । ୨୦୨୨ରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୯ରୁ ଦେବେନ୍ଦ୍ର ନାଗପୁର ଦକ୍ଷିଣ ପଶ୍ଚିମରୁ ବିଧାୟକ ରହିଛନ୍ତି । ଏଥର ଷଷ୍ଠ ଥର ପାଇଁ ନିର୍ବାଚନ ଜିତିଛନ୍ତି । ଏହା ପୂର୍ବରୁ ସେ ନାଗପୁର ନଗର ନିଗମରେ ମେୟର ଥିଲେ ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ବିଜେପିର ଜଣେ ବରିଷ୍ଠ ନେତା ମହରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସଙ୍କ ନାମ ଫାଇନାଲ ହୋଇଛି । ବିଜେପି ବିଧାୟକ ଦଳ ନେତା ବାଛିବା ନେଇ ଆଜି କିମ୍ବା ଆସନ୍ତାକାଲି ବୈଠକ ହେବ । ଏଥିରେ ସିଏମ ନାମରେ ମୋହର ବାଜିବ ବୋଲି କହିଛନ୍ତି । ସେପଟେ ପୈତୃକ ଗାଁରୁ ଫେରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏକନାଥ ସିନ୍ଦେ କହିଛନ୍ତି ମହାୟୁତିରେ କୌଣସି ମତଭେଦ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଯାହା ନିଷ୍ପତ୍ତି ନେବେ ତାହାକୁ ମୁଁ ସ୍ବୀକାର କରିବି ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ୨୩୦ ଆସନରେ ବିପୁଳ ବିଜୟ ହାସଲ କରିଥିଲା । ବିଜେପି ୧୩୨, ଶିବସେନା ୫୭ ଓ ଏନସିପି ୪୧ ଆସନରେ ଜିତିଥିଲା । ନିର୍ବାଚନ ଫଳାଫଳ ବାହାରିବାକୁ ସପ୍ତାହରୁ ଅଧିକ ଦିନ ହୋଇଥିଲେ ବି କିଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବ ତାହା ସ୍ପଷ୍ଟ ହୋଇପାରନିଥିଲା । ଡିସେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ନେଇ ତାରଖ ଘୋଷଣା ହୋଇଛି ହେଲେ ସିଏମ କିଏ ହେବେ ନାମ ଘୋଷଣା ହୋଇନାହିଁ । ଆଜି ହିଁ ନାମ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.