ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦିନେ ୮୦ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ଫଡନାଭିସ୍‌, ଜାଣନ୍ତୁ କାରଣ

Published By : Ankita S | November 29, 2024 8:20 AM

ମୁମ୍ବାଇ,୨୯/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବମ୍ପର ବିଜୟ ପରେ ମୁଖ୍ୟମନ୍ତ୍ରୀ ମନ୍ଥନ ଜାରି ରହିଛି । କିଏ ହେବ ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ। କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ପଗଡି । ଏ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏନଡିଏ ସହ ଘନ ଘନ ବୈଠକ କରୁଛି ମହାୟୁତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ଦେବେନ୍ଦ୍ର ଫଡନାଭିସ୍‌ । ଜାଣିଛନ୍ତି କି ଦିନେ ସମୟ ଥିଲା ଦେବେନ୍ଦ୍ର ଫଡନାଭିସ୍‌ ମାତ୍ର ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜାଣନ୍ତୁ କଣ ଥିଲା ପୁରା ଘଟଣା ।

ମହାରାଷ୍ଟ୍ରରେ ମହାୟୁତିର ପ୍ରଚଣ୍ଡ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ଚର୍ଚ୍ଚା ଜାରି ରହିଛି । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାଜପା ନେତା ଦେବେନ୍ଦ୍ର ଫଡନାଭିସ୍‌ ସିଏମ୍ ହେବାର ଅଧିକ ସମ୍ଭାବନା ରହିଛି । ଜାଣିଛନ୍ତି କି ପୂର୍ବରୁ ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ୨୦୧୪ ଓ ୨୦୧୯ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହା ପରେ ମାତ୍ର ୮୦ ଘଣ୍ଟା ପାଇଁ ସିଏମ୍ ହୋଇଥିଲେ ଦେବେନ୍ଦ୍ର ।

ଭାଜପା-ଶିବସେନା ମେଣ୍ଟ ଭାଙ୍ଗିଥିଲା- ୨୦୧୯ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ଓ ଶିବସେନା ମେଣ୍ଟ ବିଜୟୀ ହୋଇଥିଲା । ଭାଜପା ୧୦୫ ଆସନରେ ବିଜୟୀ ହୋଇଥିଲା । ଏହି ସମୟରେ ଶିବସେନା ଓ ଭାଜପା ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ୩୦ ବର୍ଷର ପୁରୁଣା ମେଣ୍ଟ ଭାଙ୍ଗିଥିଲା ।

ସକାଳୁ ସକାଳୁ ଶପଥ ନେଇଥିଲେ ଦେବେନ୍ଦ୍ର- ସେହି ବର୍ଷ ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ର ତତକାଳୀନ ମୁଖ୍ୟମନ୍ତ୍ରୀ ଭାଗତ ସିଂହ ରାଜ୍ୟରେ ରାଷ୍ଟ୍ରପତି ଶାସନ ହଟାଇବାକୁ ନିର୍ଣ୍ଣୟ ନେଇଥିଲେ । ଏହାର କିଛି ଘଣ୍ଟା ପରେ ସକାଳ ୭ଟାରେ ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଓ ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

 ୮୦ ଘଣ୍ଟା ପରେ ଦେଇଥିଲେ ଇସ୍ତଫା- ଦେବେନ୍ଦ୍ର ଫଡନାଭିସ୍‌ ଶପଥ ନେବା ପରେ କଂଗ୍ରେସ, ଶିବସେନା ଏବଂ ଏନସିପି ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ନଭେମ୍ବର ୨୬ ତାରିଖରେ ପ୍ଲୋର ଟେଷ୍ଟ ଦେବା ସହ ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ତୁରନ୍ତ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍ ପାୱାର ଇସ୍ତଫା ଦେଇଥିଲେ । ଶେଷରେ ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫା ଦେଇଥିଲେ ।

ସବୁଠୁ କମ୍ ସମୟର ମୁଖ୍ୟମନ୍ତ୍ରୀ- ଫଡନାଭିସ୍‌ଙ୍କ ଇସ୍ତଫା ପରେ କଂଗ୍ରେସ, ଶିବସେନା ଓ ଏନସିପି ଏକାଠି ଏକ ମେଣ୍ଟ କରିଥିଲେ ଯାହାର ନାମ ମହା ବିକାଶ ଅଘାଡି ରଖିଥିଲେ । ମହାରାଷ୍ଟ୍ର ରାଜ୍ୟ ଗଠନ ପରେ ଦେବେନ୍ଦ୍ର ଫଡନାଭିସ୍‌ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ସବୁଠୁ କମ ସମୟ ଏହି ପଦ ସମ୍ଭାଳିଛନ୍ତି । ମାତ୍ର ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.