ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଭୟଙ୍କର ହେଲାଣି ବାୟୁ ପ୍ରଦୂଷଣ,ଅଣନିଶ୍ୱାସୀ ଲୋକେ

Published By : Anindita | November 13, 2024 9:35 AM

ନୂଆଦିଲ୍ଲୀ,୧୩/୧୧: ଖସୁଛି ପାରଦ, ବଢ଼ୁଛି ଥଣ୍ଡା। ହେଲେ ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଆଜି ସକାଳୁ ଏଭଳି କିଛି ରହିଛି ଦିଲ୍ଲୀର ଦୃଶ୍ୟ।ଆଜି ସକାଳୁ ଦିଲ୍ଲୀ-ଏନ୍‌ସିଆର୍‌, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି। ଏଥିଯୋଗୁ ଦୃଶ୍ୟମାନତା ଯଥେଷ୍ଟ ହ୍ରାସ ପାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୬ ଟାରେ ୧୦୦ ମିଟର ଦୃଶ୍ୟମାନ ହୋଇଥିବାବେଳେ ପଞ୍ଜାବର ହିଣ୍ଡନ ବିମାନବନ୍ଦର ଏବଂ ଅମୃତସର ବିମାନ ବନ୍ଦରରେ ଜିରୋ ଭିଜିବିଲିଟି ରେକର୍ଡ କରାଯାଇଛି। ଲୋକେ ରାସ୍ତାରେ ଗାଡ଼ିର ହେଡଲାଇଟ୍ ଜଳାଇ ଯାତାୟତ କରୁଛନ୍ତି।

ସେପଟେ କୁହୁଡ଼ି ସମୟ ପ୍ରଦୂଷଣ ମାତ୍ରା ମଧ୍ୟ ଲଗାତର ବଢ଼ି ଚାଲିଛି। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବାୟୁର ଗୁଣବତ୍ତା ଲଗାତର ହ୍ରାସ ପାଉଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ବୁଧବାର ମଧ୍ୟ 'ଅତ୍ୟନ୍ତ ଖରାପ' ବର୍ଗରେ ରହିଛି। ଆଜି ସକାଳେ ଦିଲ୍ଲୀର ହାରାହାରି AQI ୩୪୪ ଥିବା ରେକର୍ଡ କରାଯାଇଛି। ସେହିପରି ଅୟାନ ନଗରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ ହୋଇଛି। ଏଠାକାର AIQ ସକାଳ ୮ଟା ସୁଦ୍ଧା ୪୧୭ ଥିବା ରେକର୍ଡ କରାଯାଇଛି। ସହରରେ ବାୟୁ ପ୍ରଦୂଷଣର ସବୁଠାରୁ ବଡ଼ କାରଣ ହେଉଛି ଗାଡ଼ିରୁ ବାହାରୁଥିବା ଧୂଆଁ, ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରଦୂଷଣ ଏବଂ ନଡ଼ା ଜଳିବା ସାମିଲ ଅଛି। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଯାନ ସଂଖ୍ୟାକୁ ନିୟନ୍ତ୍ରଣ କରିବା, ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ଏବଂ ନଢ଼ା ଜଳିବା ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ତଥାପି କମ୍‌ ହେଉନି ପ୍ରଦୂଷଣ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଅକ୍ଟୋବର ୩୦ ତାରିଖ ଠାରୁ ବାୟୁ ଗୁଣବତ୍ତା ସୂଚକାଙ୍କ (AQI 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ରହିଆସିଛି। ଦିଲ୍ଲୀରେ ଅଧିକାଂଶ ସ୍ଥାନ ଧୂଆଁ ଆଚ୍ଛାଦିତ ହୋଇଥିବାବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି। 









  • prameyanews
  • PrameyaOdia
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.