ପ୍ରମୂଖ ଖବର
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଦିଲ୍ଲୀରେ ବର୍ଷା ବିତ୍ପାତ: ଏମ୍ସ ହସ୍ପିଟାଲରେ ବନ୍ଦ ଥିଲା ୯ ଅପରେସନ୍‌ ଥିଏଟର, ହୋଇପାରିଲାନି ସର୍ଜରୀ

Image Courtesy: indiatoday

ନୂଆଦିଲ୍ଲୀ: ଦିଲ୍ଲୀରେ ଏଥର ବର୍ଷା ସବୁ ରେକର୍ଡ ଭାଙ୍ଗି ଦେଇଛି । ପ୍ରବଳ ବର୍ଷାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ବର୍ଷାର ପ୍ରକୋପ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ବି ପ୍ରଭାବିତ କରିଛି । ହସ୍ପିଟାଲ୍‌ର ଅପରେସନ୍‌ ଥିଏଟର ବନ୍ଦ ହୋଇପଡ଼ିଛି । ଗୋଟିଏ କି ଦୁଇଟି ନୁହେଁ ଏମ୍ସ ହସ୍ପିଟାଲର ୯ ଅପରେସନ୍‌ ଥିଏଟର ବନ୍ଦ ହୋଇଯିବାରୁ ଅନେକ ରୋଗୀଙ୍କ ଅସ୍ତ୍ରୋପଚାର ହୋଇପାରି ନାହିଁ । 

ହସ୍ପିଟାଲର ଷ୍ଟୋର ରୁମ୍‌ ଯାଏଁ ବର୍ଷା ଜଳ ପହଞ୍ଚିଥିବା କୁହାଯାଉଛି । ଏମ୍ସ ପକ୍ଷରୁ ବିଜ୍ଞପ୍ତି ଜାରି କରି ଜରୁରୀ ଅସ୍ତ୍ରୋପଚାର ଲାଗି ସଫଦର୍ଜଙ୍ଗ କିମ୍ବା ରାଜଧାନୀର ଅନ୍ୟ ହସ୍ପିଟାଲ ଯିବାକୁ ରୋଗୀଙ୍କୁ କୁହାଯାଇଛି । ଆସନ୍ତାକାଲି ମଧ୍ୟ ଅପରେସନ ଥିଏଟର ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନପାରେ । ଦେଶର ଅନ୍ୟତମ ଟପ୍ ହସ୍ପିଟାଲ ଦିଲ୍ଲୀ ଏମ୍ସରେ ଏଭଳି ସ୍ଥିତି ଉପୁଜିଥିବା ବେଳେ ଦେଶର ବିଭିନ୍ନ କୋଣରୁ ଆସିଥିବା ରୋଗୀଙ୍କ ଅବସ୍ଥା କଣ ହେବ ? 

ହସ୍ପିଟାଲର ଟ୍ରମା ସେଣ୍ଟରରେ ବର୍ଷା ଜଳର ମାତ୍ରା ଅଧିକ ହୋଇଯିବାରୁ ଏହାର ପ୍ରଭାବ ଅପରେସନ୍‌ ଥିଏଟର ଉପରେ ପଡ଼ିଛି । ଗ୍ରାଉଣ୍ଡ ଫ୍ଲୋର ବର୍ଷା ଜଳରେ ପୂର୍ଣ୍ଣ ହୋଇଯିବାରୁ ହସ୍ପିଟାଲରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି । ଗ୍ରାଉଣ୍ଡ ଫ୍ଲୋରରୁ ଜଳ ନିଷ୍କାସନ ନହେବା ଯାଏଁ ହସ୍ପିଟାଲରେ ବିଜୁଳି ସଂଯୋଗ ହେବା ସମ୍ଭବ ହେବ ନାହିଁ । ବିଜୁଳି ସପ୍ଲାଇ ହୋଇ ନପାରିଲେ ଅପରେସନ ଥିଏଟର କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । 

ବିଜୁଳି ନଥିବା ଯୋଗୁଁ ନ୍ୟୁରୋ ସର୍ଜରୀ ଅପରେସନ୍ ଥିଏଟରଗୁଡ଼ିକୁ ସକାଳ ପାଖରୁ ସନ୍ଧ୍ୟା ୬ ଯାଏଁ ବନ୍ଦ କରିବାକୁ ପଡ଼ିଥିଲା । ଆଇସିୟୁରେ ଏମର୍ଜେନ୍ସିରେ ଥିବା ରୋଗୀଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । କାଜୁଆଲିଟିର କେତେକ ରୋଗୀଙ୍କୁ ଅପରେସନ୍‌ ଥିଏଟର କାର୍ଯ୍ୟକ୍ଷମ ନହେବାରୁ ଭର୍ତ୍ତି କରଯାଇପାରିଲା ନାହିଁ ।ଅନେକ ରୋଗୀଙ୍କୁ ସରକାରୀ ହସ୍ପିଟାଲକୁ ରେଫର କରିଦିଆଯାଇଛି ।

 

  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.