କୋଣାର୍କ,୩।୧୧(ଆପ୍ର) ଅଲିଭ ରିଡଲେ କଇଁଛ ସୁରକ୍ଷା ନାମକୁ ମାତ୍ର।ଚନ୍ଦ୍ରଭାଗା ରାମଚଣ୍ଡୀ ମୁହାଣ ଇକୋ ରିଟ୍ରିଟ ବେଳାଭୂମିରେ ୪ରୁ ଅଧିକ କଇଁଛ ମରି ପଡିଥିବା ଦେଖିବାକୁ ମିଳିଥିଲା । ଏବେ ଅଲିଭ ରିଡଲେଙ୍କ ଅଣ୍ଡା ଦେବା ସମୟ। ଏହି ସମୟରେ ମାଳମାଳ ଅଲିଭ ରିଡ଼ଲେ କୂଳକୁ ଆସି ସୁରକ୍ଷିତ ଭାବେ ଅଣ୍ଡା ଦେଇଥାନ୍ତି। ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ କଟକଣା ଜାରି ହୋଇଥିବା ବେଳେ ଚନ୍ଦ୍ରଭାଗା ଉପକୂଳ ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ଚଳାଚଳ ଅଲିଭ ରିଡଲେଙ୍କ ମୃତ୍ୟୁର କାରଣ ସାଜିଛି । ବନବିଭାଗ, ମେରାଇନ ପୁଲିସ ଓ ମତ୍ସ୍ୟ ବିଭାଗର ମିଳିତ ଚଢାଉ ନହେବାରୁ ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ଚଳାଚଳ କରୁଥିବା ଅଭିଯୋଗ ହେଉଛି। ଆନ୍ତରିକତା ଓ ସମନ୍ବୟ ଅଭାବରୁ ଏବେ ବିପଦ ମୁହଁରେ ବିରଳ ଅଲିଭ ରିଡ଼ଲେ । ଏ ସମ୍ପର୍କରେ ମେରାଇନ ମତ୍ସ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ମିଳିନଥିଲା ।
ମାସ ଶେଷ ସୁଦ୍ଧା ନୂଆ ପିସିସି, ରାହୁଲ, ଖଡ୍ଗେ ନିଷ୍ପ...