ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୧।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର । ବାତ୍ୟା ଉତ୍ତର ଓଡ଼ିଶାକୁ ହିଟ୍ କରିବା ସମ୍ଭାବନା । ପୁରୀ-ସାଗର ଦ୍ଵୀପ ମଧ୍ୟରେ ଉପକୂଳ ଛୁଇଁପାରେ ବାତ୍ୟା ଦାନା । ୨୪ ତାରିଖ ରାତି କିମ୍ଵା ୨୫ ସକାଳ ସୁଦ୍ଧା ଛୁଇଁପାରେ ସ୍ଥଳଭାଗ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଛୁଇଁପାରେ । ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି । ଗଞ୍ଜାମ, କଟକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ୬ ଦିନ ପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ । ବାତ୍ୟାର ଗତିପଥ ନେଇ ଆଇଏମଡିର ନୂଆ ସୂଚନା । 

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି ହେବା ପରେ ସିଏମ୍‌ସିରେ ଆରମ୍ଭ ହୋଇଛି ପ୍ରାକ୍‌ ପ୍ରସ୍ତୁତି । ଏନେଇ ସବୁ ତଳିଆ ଅଞ୍ଚଳରେ ପମ୍ପ ସେଟ୍‌ ପ୍ରସ୍ତୁତ ରଖିବା ସହିତ ପମ୍ପ ଡ୍ରାଇଭର୍‌ମାନଙ୍କୁ ନିୟୋଜିତ କରିବାକୁ ମେୟର ଓ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସୋମବାର ଦିନ ସବୁ ଅଧିକାରୀ ଓ କର୍ପୋରେଟରଙ୍କୁ ନେଇ ଉଚ୍ଚସ୍ତରୀୟ ମୁକାବିଲା ପ୍ରସ୍ତୁତ ବୈଠକ ପାଇଁ ନିଷ୍ପତ୍ତି ହୋଇଛି । ଏପରିକି ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି କୌଣସି ଅଧିକାରୀ କଟକ ନ ଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆବଶ୍ୟକ ପଡ଼ିଲେ ସ୍କଲୁ ବନ୍ଦ କରାଯିବ । ୨୩ ଓ ୨୪ର ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାର ସକାଳ ସୁଦ୍ଧା ଅବପାତର ରୂପ ନେବ । ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 

ଭୟଭୀତ ନ ହେବାକୁ ରାଜସ୍ୱ ମନ୍ତ୍ରୀଙ୍କ ଅପିଲ୍ କରିଛନ୍ତି । ଅନ୍ୟପଟେ ଅସାଧୁ ବ୍ୟବସାୟୀଙ୍କୁ ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି । କଳାବଜାରୀ ଉପରେ ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କଳାବଜାରୀ କରୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନ୍‌ଡିଆର୍‌ଏପ୍‌, ଏସିଡିଆର୍‌ଏପଫ୍ ପ୍ରସ୍ତୁତ ରହିଥିବା ବେଳେ ଶକ୍ତି ଓ କୃଷି ବିଭାଗ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି କେଭି ସିଂ ଦେଓ । ଉତ୍ତର ଓଡ଼ିଶାକୁ ହିଟ୍ କରିବା ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁଠାରେ ବାତ୍ୟାର ପ୍ରଭାବ ରହିବ ସେଠାରେ ରାପିଡ୍ ରେସପନ୍ସ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି । ଲୋକଙ୍କୁ ପାଇଁ ଖାଦ୍ୟ ଓ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ ମହଜୁଦ୍ ରଖାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ସରକାରଙ୍କ ତରଫରୁ ଜାରି ହୋଇଥିବା ଆଡଭାଇଜରି ମାନିବାକୁ ଲୋକଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ନିର୍ଦ୍ଦେଶ ଦେଇଛନ୍ତି  । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.