ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ମାସକ ଭିତରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ

Published By : Prameya | December 7, 2024 11:36 AM

କଟକ,୦୭/୧୨: କଟକରେ ଦଳିତ କଲେଜ  ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଚାର୍ଜସିଟ୍‌  ଦାଖଲ କରିଛି । ମାମଲା ରୁଜୁର ରେକର୍ଡ ସମୟ ମାତ୍ର ମାସକ ଭିତରେ ପୁଲିସ ଚାର୍ଜସିଟ୍‌ ଦେଇଛି । ସ୍ୱତନ୍ତ୍ର  ଏସ୍‌ସି-ଏସ୍‌ଟି କୋର୍ଟରେ ଦାଖଲ ଏହି ଚାର୍ଜସିଟ୍‌ରେ ଗିରଫ ୭ଜଣ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ  ପ୍ରମାଣ ଦିଆଯାଇଛି । ଶହେରୁ ଅଧିକ ପୃଷ୍ଠା ସମ୍ବଳିତ  ଏହି ଚାର୍ଜସିଟ୍‌ରେ ୧୦ରୁ ଅଧିକ ସାକ୍ଷୀ ରହିଛନ୍ତି । 

ବୟାଳିଶମୌଜା ଥାନା ଅଞ୍ଚଳର ଜଣେ ଛାତ୍ରୀ କଟକ ସହରରେ ଥିବା ଏକ କଲେଜରେ ଯୁକ୍ତ  ତିନି ଦ୍ୱିତୀୟ ବର୍ଷ ବାଣିଜ୍ୟରେ ପାଠ ପଢ଼ୁଛନ୍ତି। ଛାତ୍ରୀଙ୍କ ଜନ୍ମଦିନରେ ତାଙ୍କର କିଛି ପୁରୁଷ ବନ୍ଧୁ  କାଠଗଡ଼ା ସାହିରେ ଥିବା ଏକ କାଫେରେ କେକ୍‌  କାଟିଥିଲେ । ଛାତ୍ରୀଙ୍କୁ ସେଠାରେ ତାଙ୍କ ପୁରୁଷ ବନ୍ଧୁ  ତଥା ଝାଞ୍ଜିରୀମଙ୍ଗଳା ବସ୍ତିଆ ବଗିଚାର ଆଶିଷ  ଓରଫ ଆଶୁତୋଷ ବେହେରା ଦୁଷ୍କର୍ମ କରିଥିଲା ।  ଏହି ସମୟର ଦୃଶ୍ୟକୁ ଅନ୍ୟ ଜଣେ ସାଙ୍ଗ ଲୁଚି  କରି ଫୋନ୍‌ରେ ରେକର୍ଡ କରିଥିଲା । ପରେ ସେହି  ଭିଡିଓକୁ ଦେଖାଇ ବ୍ଲାକ୍‌ମେଲ୍‌ କରି ଅନ୍ୟ ୬  ଅଭିଯୁକ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ସ୍ଥାନ  ଓ ପରେ ପୁଣି ସେହି କ୍ୟାଫେରେ ଗଣବଳାତ୍କାର  କରିଥିଲେ । 

ଘଟଣା ନେଇ ଛାତ୍ରୀ ଜଣକ ନଭେମ୍ବର  ୪ ତାରିଖରେ ବାଦାମବାଡ଼ି ଥାନାରେ ଅଭିଯୋଗ  କରିବା ପରେ ପୁଲିସ୍‌ ଝାଞ୍ଜିରୀମଙ୍ଗଳାର ଲକି ଓରଫ ସୁଶିଲ ପ୍ରସାଦ, ଲୁଣିଆ ସାହିର ପପୁନି  ଓରଫ ପପୁଲ ବେହେରା, ନୟାଗଡ଼ ଜିଲ୍ଲା ସଦର  ଥାନା ବାଲୁଗାଁ ତେଲିସାହିର କାଳିଆ ଓରଫ  ପୀତବାସ ସାହୁ ଓ ବାରଙ୍ଗ ଥାନା ବେଲଗଚ୍ଛିଆର  ଚନ୍ଦନ ଓରଫ ସୌମ୍ୟରଞ୍ଜନ ସାହୁ ଗିରଫ  କରିଥିଲା । ସେହିପରି କାଠଗଡ଼ା ସାହିର ଉକ୍ତ  କାଫେର ନାବାଳକ ମାଲିକକୁ ପୁଲିସ ଧରିଥିଲା ।  ତେବେ ଜଣେ ଅଭିଯୁକ୍ତକୁ ପୀଡ଼ିତା ଚିହ୍ନି  ନଥିବାରୁ ତାର  ପରିଚୟ ସ୍ପଷ୍ଟ ହୋଇନଥିଲା ।  ପରେ ପୁଲିସ  ଅଧିକ ତଦନ୍ତ  କରି ନୟାଗଡ଼ର  ବାଦଲ ସାହୁକୁ  ଚିହ୍ନଟ କରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ  ଗତ ୧ ତାରିଖ ଦିନ ଗିରଫ କରିଥିଲା । ଏହା  ପରେ ପୁଲିସ ତାର ଚାର୍ଜସିଟ୍‌ ଦାଖଲ ପ୍ରକ୍ରିୟା  ଆରମ୍ଭ କରିଥିଲା । ଏହା ମଧ୍ୟରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା ରିପୋର୍ଟ, ସମସ୍ତ ଅଭିଯୁକ୍ତଙ୍କର  ମେଡ଼ିକାଲ୍‌ ରିପୋର୍ଟ ଓ ପୀଡ଼ିତା କୋର୍ଟରେ ଦେଇଥିବା  ବୟାନର ରେକର୍ଡ ପୁଲିସର ହସ୍ତଗତ ହୋଇଥିଲା । 

 ସେହିପରି ଏହି ମାମଲାରେ ବୟାନ  ନେଇଥିବା ପ୍ରାୟ ୧୦ରୁ ଅଧିକ ସାକ୍ଷ୍ୟ ରହିଛନ୍ତି ।  ଏହି ସବୁ ରେକର୍ଡକୁ ଆଧାର କରି ପୁଲିସ ତାର  ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଛି । ଶହେ  ପୃଷ୍ଠାରୁ ଅଧିକ ଏହି ଚାର୍ଜସିଟ୍‌ରେ ଆଶିଷ ମୁଖ୍ୟ  ଅଭିଯୁକ୍ତ ଥିବା ବେଳ ଅନ୍ୟ ୬ ଜଣ ଅଭିଯୁକ୍ତର  ସହଯୋଗୀ ଭାବେ ଦର୍ଶାଯାଇଛି । ତେବେ ପୀଡ଼ିତା  ଜଣେ ଦଳିତ ହୋଇଥିବାରୁ ମାମଲାର ବିଚାର  ସ୍ୱତନ୍ତ୍ର ଏସ୍‌ସି-ଏସ୍‌ଟି କୋର୍ଟରେ ହେବ । ଏହି  କୋର୍ଟରେ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍‌  ଦେଇଛନ୍ତି । ତେବେ ମାମଲା ରୁଜୁ ହେବାର ଠିକ୍‌  ମାସକ ମଧ୍ୟରେ ଏହି ପୁଲିସ ଅଭିଯୋଗଫର୍ଦ୍ଦ  ଦାଖଲ କରି ଅଭିଯୁକ୍ତଙ୍କୁ ଉଚିତ୍‌ ସମୟରେ ଦଣ୍ଡିତ  କରିବାକୁ ଅଣ୍ଟା ଭିଡ଼ିଥିବା କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ  ହେଉଛି, ମାମଲାରେ ପ୍ରାଥମିକ ଚାଜ୍‌ସିଟ୍‌  କରାନଯାଇ ଏକାଥରକେ ପୂର୍ଣ୍ଣାଙ୍ଗ ବା ଫାଇନାଲ୍‌  ଚାର୍ଜସିଟ୍‌ ହେବା ଘଟଣାକୁ ପୀଡ଼ିତାଙ୍କ ସମ୍ପର୍କୀୟ  ସ୍ୱାଗତ କରିଛନ୍ତି । ମାମଲାରେ ଖୁବ୍‌ଶୀଘ୍ର ବିଚାର  ଆରମ୍ଭ ହେବ ବୋଲି ପୁଲିସ ସୂଚନା ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.