ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ସମ୍‌ ହସ୍ପିଟାଲ୍‌ ଶୀତଳାପଲ୍ଲୀରେ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳ

Published By : Prameya | December 6, 2024 10:14 PM

ବ୍ରହ୍ମପୁର ୬/୧୨ : ସ୍ଥାନୀୟ ଶୀତଳାପଲ୍ଲୀ ସ୍ଥିତ ସମ୍‌ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି ହାଇ-ଗ୍ରେଡ୍‌ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ଉଗ୍ର ଟ୍ୟୁମରକୁ ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ ଯାହାର ଚିକିତ୍ସା ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ କରାଯାଏ । ସେହି ଚିକିତ୍ସା ପ୍ରକ୍ରିୟା ଏବେ ଶୀତଳାପଲ୍ଲୀ ସ୍ଥିତ ସମ୍‌ ହସ୍ପିଟାଲ୍‌ରେ ଉପଲବ୍ଧ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ।

ବିଶେଷଜ୍ଞ ଡାକ୍ତର ତଥା ନ୍ୟୁରୋ ସର୍ଜନ୍‌ ଡାକ୍ତର ପରେଶ ଗୌଡ ଏହି ଅସ୍ତ୍ରୋପଚାର କରୁଥିବା ବେଳେ ଏହି ପଦ୍ଧତି ଦ୍ୱାରା ଅତ୍ୟାଧୁନିକ ସ୍ନାୟୁ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍‌ର ଖ୍ୟାତି ବଢ଼ୁଛି ବୋଲି ସେ କହିଛନ୍ତି। ଆମେ ଦକ୍ଷିଣ ଓଡ଼ିଶାର ଏହି ହସ୍ପିଟାଲ୍‌ରେ ବିଶ୍ୱସ୍ତରୀୟ ସ୍ନାୟୁ ଶଲ୍ୟ ଚିକିତ୍ସା ପ୍ରଦାନ କରିବା ନେଇ ବଦ୍ଧପରିକର ଥିବା ବେଳେ ଲୋକମାନଙ୍କୁ ଏହା ଦ୍ୱାରା ଆଉ ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। 

ଅତ୍ୟାଧୁନିକ ଇମେଜିଂ ସିଷ୍ଟମ୍‌, ଅସ୍ତ୍ରୋପଚାର କକ୍ଷ ଏବଂ ଡାକ୍ତର ଗୌଡ଼ଙ୍କ ନେତୃତ୍ୱରେ ନିପୁଣ ସ୍ନାୟୁଶଲ୍ୟ ଟିମ୍‌ ମାଧ୍ୟମରେ ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍‌ ଆଗକୁ ଆହୁରି ଉନ୍ନତି କରିବ ବୋଲି ସେ କହିଛନ୍ତି।ଏହି ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ସହ ସମ୍ବେଦନଶୀଳ ସେବା ଚିକିତ୍ସା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରୁଛି ବୋଲି ଶ୍ରୀ ଦାଶ କହିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.