ସାହାଜପାଲ,୧୦।୭ : ବୌଦ୍ଧ ସଦର ବ୍ଳକ ବହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବହିରା ଫରେଷ୍ଟ ସେକ୍ସନ ତେନ୍ତୁଳିପାଲି ମହାନଦୀ ଘାଟରେ ଥଣ୍ଟିଆ କୁମ୍ଭୀର ପହଁରୁଥିବା ଦେଖି ଲୋକେ ବୌଦ୍ଧ ବନାଞ୍ଚଳ କୁ ଜଣାଇଥିଲେ। ଘଟଣା ସ୍ଥଳରେ ବୌଦ୍ଧ ବନାଞ୍ଚଳ କର୍ମଚାରୀ ମାନେ ପହଂଚି ଘଟଣା ସ୍ଥଳରୁ ଏକ କୁମ୍ଭୀର ଉଦ୍ଧାର କରିଥିଲା।
ବାଉଁଶୁଣୀ ପ୍ରାଣୀ ଚିକିତ୍ସାଳୟ ଡାକ୍ତର ପହଂଚି କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଟିକରପଡା ସାତ କୋଶିଆ ଗଣ୍ଡରେ ଛଡାଯାଇଥିଲା। ଏସସିଏଫ ରେଞ୍ଜ ଇନଚାର୍ଜ ଅର୍ଚନା ଗମାଙ୍ଗ, ଏସ ସି ଏଫ ମୀନାଖି କୁମରା ଓ ଫରେଷ୍ଟ ଗାର୍ଡ ପ୍ରଦୀପ ସାହୁ, ଜିତୁରାଣୀ ସାହୁ, ରମାକାନ୍ତ ପାଣୀ ଗ୍ରାହୀ, ଅନୁସୟା ଦେହୁରୀ, ସଂଜୀବ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।