ପ୍ରମୂଖ ଖବର
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ଆକ୍ସନ ମୁଡରେ କଂଗ୍ରେସ, ୨୨ ବିଦ୍ରୋହୀ ନେତାଙ୍କୁ କଲା ସସପେଣ୍ଡ

ମୁମ୍ବାଇ,୧୧/୧୧: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆକ୍ସନ ମୁଡରେ ଆସିଛି କଂଗ୍ରେସ । ବିଦ୍ରୋହୀ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରି ଦେଇଛି ।  ୨୨ ବିଦ୍ରୋହୀ ନେତାଙ୍କୁ ବାହାରର ରାସ୍ତା ଦେଖାଇଛି । ଦଳ ବିରୋଧୀ କାର୍ଯ୍ୟ ସେମାନଙ୍କୁ ମହଙ୍ଗା ପଡିଛି । ଦଳ ବିରୋଧରେ ଯାଇ ନିର୍ବାଚନ ଲଢୁଥିବା ୨୨ ନେତାଙ୍କୁ କଂଗ୍ରେସ ସସପେଣ୍ଡ କରିଛି । ଦଳ ବିରୋଧୀ କାର୍ଯ୍ୟ ନେଇ ୬ ବର୍ଷ ପାଇଁ ନେତାମାନଙ୍କୁ ନିଲମ୍ବିତ କରାଯାଇଛି ।

ବହିଷ୍କାର ହୋଇଥିବା ୨୨ ନେତାଙ୍କ ମଧ୍ୟରେ ବହୁ ବଡ ବଡ ନେତାଙ୍କ ନାମ ରହିଛି । ଏଥିରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ, ୟାଜ୍ଞଭଲ୍କ ଜିଚକର, କମଲ ବ୍ୟବହାରେ, ମନୋଜ ସିନ୍ଦେ ସାମିଲ ଅଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରଭାରୀ ରମେଶ ଚେନନ୍ନାଥାଲାଙ୍କ ନିର୍ଦ୍ଦେଶରେ ଏହି ଆକ୍ସନ ନିଆଯାଇଛି ।

ଆସନ୍ତା ନଭେମ୍ଭର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ । ଏହା ପୂର୍ବରୁ ବିଦ୍ରୋହୀ ନେତାମାନେ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଜଣାପଡିଛି । ସସପେଣ୍ଡ ୨୨ ନେତା ହେବାକୁ ଥିବା ବିଧାନସଭା ନିର୍ବାଚନରେ ମହା ବିକାଶ ଅଘାଡି ପ୍ରାର୍ଥୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.