ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ପିଏମ ମୋଦୀଙ୍କ ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ମନ୍ତବ୍ୟକୁ ଅସମ୍ଭବ କହିଲେ କଂଗ୍ରେସ ସଭାପତି, କହିଲେ ଏହା ବାସ୍ତବତାର ରୂପ ନେବ ନାହିଁ...

Published By : Ladu Kishor | October 31, 2024 6:21 PM

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ୍ବାନ୍ ନେସନ୍ ଓ୍ବାନ ଇଲେକସନକୁ ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ଟାର୍ଗେଟ କରିଛନ୍ତି। ଖଡଗେ ଏହାକୁ ଅସମ୍ଭବ ବୋଲି କହିଛନ୍ତି।

ପିଏମ ମୋଦୀ ଗୁରୁବାର ଦିନ ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ, ଓ୍ବାନ ନେସନ, ଓ୍ବାନ ଇଲେକସନ ପ୍ରସ୍ତାବ, ଯାହାର ଉଦ୍ଦେଶ୍ୟ ଦେଶରେ ସମସ୍ତ ନିର୍ବାଚନକୁ ଗୋଟିଏ ଦିନରେ କିମ୍ବା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କରିବାକୁ ଲକ୍ଷ୍ୟ ରହିଛି । ଏହା ଶୀଘ୍ର ଅନୁମୋଦିତ ହେବ ଏବଂ ଏକ ବାସ୍ତବତାରେ ପରିଣତ ହେବ। 

ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଯାହା କହିଛନ୍ତି ତାହା କରିବେ ନାହିଁ କାରଣ ଏହି ବିଲ୍ ସଂସଦରେ ଆସିବା ପର୍ଯ୍ୟନ୍ତ ତାଙ୍କୁ ସମସ୍ତଙ୍କ ସମର୍ଥନ ନେବାକୁ ପଡିବ, ଆଉ ସେତେବେଳେ ହିଁ ଏହା ଘଟିବ । ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଅସମ୍ଭବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର ସମସ୍ତ ନିର୍ବାଚନକୁ ଏକ ଦିନରେ କିମ୍ବା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏକକାଳୀନ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା 'ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ' ପ୍ରସ୍ତାବ ଖୁବ ଶୀଘ୍ର ଅନୁମୋଦନ ହୋଇ ବାସ୍ତବତାରେ ପରିଣତ ହେବ । ଏହି ପ୍ରସ୍ତାବକୁ ଚଳିତ ବର୍ଷ ପ୍ରାରମ୍ଭରେ କ୍ୟାବିନେଟ ଅନୁମୋଦନ କରିଥିଲା ଏବଂ ଚଳିତ ବର୍ଷ ଶେଷରେ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବ।

ସେ କହିଛନ୍ତି, “ଆମେ ବର୍ତ୍ତମାନ 'ୱାନ ନେସନ ୱାନ ଇଲେକସନ' ଦିଗରେ କାର୍ଯ୍ୟ କରୁଛୁ, ଯାହା ଭାରତର ଗଣତନ୍ତ୍ରକୁ ମଜବୁତ କରିବ, ଭାରତର ସମ୍ବଳର ସର୍ବୋତ୍ତମ ଉପଯୋଗ କରିବ ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଦେଶକୁ ନୂତନ ଗତି ଦେବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.