ଭୁବନେଶ୍ବର,୧୭।୫ ପିସିସି ସଭାପତି ଭକ୍ତ ଦାସ ନୂଆ ଟିମ୍ ଘୋଷଣା କରିଛନ୍ତି। ନୂଆ ଟିମରେ ୭ ଜଣ ଉପସଭାପତି , ୧୦ ସାଧାରଣ ସମ୍ପାଦକ ଓ ୧୨ ଜଣ ସମ୍ପାଦକଙ୍କ ନାମ ଘୋଷଣା କରିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ସି.ଏସ୍. ରାଜେନ ଏକ୍କା, ଲଲାଟେନ୍ଦୁ ମହାପାତ୍ର, ସସ୍ମିତାଙ୍କ ଉପସଭାପତି ପଦବୀ ମିଳିଛି।
ସେହିପରି କଂଗ୍ରେସ ନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଦଳ କୋଷାଧ୍ୟକ୍ଷ କରାଯାଇଛି । ସେହିପରି ସତ୍ୟଜିତ୍ ଗମାଙ୍ଗୋଙ୍କୁ ସୋସିଆଲ୍ ମିଡିଆ ବିଭାଗ ଅଧ୍ୟକ୍ଷ ଓ ସନ୍ତୋଷ ପ୍ରଧାନଙ୍କୁ ସହ-ଅଧ୍ୟକ୍ଷ କରାଯାଇଛି।