ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

କଗ୍ନିଜେଣ୍ଟ ସିଇଓଙ୍କ ଦରମାରେ ବଡ଼ ହ୍ରାସ , ତଥାପି କର୍ମଚାରୀଙ୍କ ଠାରୁ ୩୭୮ଗୁଣ ଅଧିକ ପ୍ୟାକେଜ୍‌

Published By : Prameya | April 21, 2025 6:45 PM

ନୂଆଦିଲ୍ଲୀ : ଆଇଟି ସେକ୍ଟରର ପ୍ରସିଦ୍ଧ କମ୍ପାନୀ- କଗ୍ନିଜେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରବି କୁମାରଙ୍କୁ ଆର୍ଥିକ ବର୍ଷ ୨୦୨୪ ପାଇଁ ୧୩୪ କୋଟି ଟଙ୍କାର ଉଚ୍ଚ ଦରମା କ୍ୟାକେଜ୍‌ ଦେବାକୁ ଘୋଷଣା କରାଯାଇ ଥିଲା। ହେଲେ , ସେ ଏହାର କେବଳ ଅଧା ଭାଗ ୭୦ କୋଟି ଟଙ୍କା ହିଁ ପାଇଛନ୍ତି। ନିକଟରେ ୟୁଏସ୍‌ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ କମିଶନ (ଏସଇସି)କୁ କମ୍ପାନୀ ଏହି ସୂଚନା ଦେଇଛି।

୧୩୭ କୋଟି ଟଙ୍କର ଦରମା ବ୍ରେକ୍‌ଅପ୍‌ର ଡିଟେଲ –

ବେସ୍‌ ସାଲାରୀ : ୧୦.୨୫ କୋଟି ( ୧.୨ ମିଲିୟନ ଡଲାର) 

ବାର୍ଷିକ ନଗଦ ପ୍ରୋତ୍ସାହିତ (ଏସିଆଇ) ଟାର୍ଗେଟ୍‌ : ୨୦.୪୯ କୋଟି ଟଙ୍କା (୨.୪ ମିଲିୟନ ଡଲାର) 

ପରଫର୍ମାନ୍ସ ସେୟାର ୟୁନିଟ୍ସ (ପିଏସୟୁଏସ) : ୬୪ କୋଟି ଟଙ୍କା ( ୭.୫ ମିଲିୟନ ଡଲାର) 

ରିଷ୍ଟ୍ରିକ୍ଟେଡ୍‌ ଷ୍ଟକ୍‌ ୟୁନିଟ୍ସ (ଆରଏସୟୁଏସ) : ୪୨ .୬୮ କୋଟି ଟଙ୍କା ( ୫ ମିଲିୟନ ଡଲାର) 

୭୦ କୋଟି ଟଙ୍କା କାହିଁକି ମିଳିଲା ? 

ଆଇଟି କମ୍ପାନୀ-କଗ୍ନିଜେଣ୍ଟ କହିଛି କି, ରବି କୁମାରଙ୍କର ପ୍ରଦର୍ଶନ ସେୟାର ୟୁନିଟ୍‌ ଗ୍ରାଣ୍ଟସର କାରଣରୁ ସିଇଓଙ୍କୁ ତାଙ୍କ ଦରମା ପ୍ୟାକେଜ୍‌ର ଅଧା ଭାଗ ମିଳିଛି। ୨୦୨୪ ଆର୍ଥିକ ବର୍ଷରେ ତାଙ୍କର ଆୟରେ ମୁଖ୍ୟତଃ ବେସ୍‌ ସାଲାରୀ, ବାର୍ଷିକ ନଗଦ ପ୍ରୋତ୍ସାହିତ, ରେଷ୍ଟ୍ରିକ୍ଟେଡ୍‌ ଷ୍ଟକ୍‌ ୟୁନିଟ୍ସ ସାମିଲ ଅଛି।

କର୍ମଚାରୀଙ୍କ ତୁଳନାରେ କେତେ ଦରମା –

କଗ୍ନିଜେଣ୍ଟର ସିଇଓ–କର୍ମଚାରୀ ଦରମା ଅନୁପାତର କଥା ଯଦି କହିବା ତ ୩୭୮: ୧ ରହିଛି। ଏହାର ଅର୍ଥ ରବି କୁମାର କମ୍ପାନୀର ଜଣେ କର୍ମଚାରୀଙ୍କ ଠାରୁ ହାରାହାରି ୩୭୮ ଗୁଣ ଅଧିକ ଆୟ କରିଛନ୍ତି। ଏହା ଏକ ଏମିତି ସଂଖ୍ୟା , ଯାହା ଆଇଟି କ୍ଷେତ୍ରରେ ବଢୁଥିବା ଦରମା ପାର୍ଥକ୍ୟକୁ ରେଖାଙ୍କିତ କରିଥାଏ, ବିଶେଷ କରି ଯେବେ କଗ୍ନିଜେଣ୍ଟର ୩,୩୬,୮୦୦ କର୍ମଚାରୀଙ୍କ ମଧ୍ୟରୁ ୨,୪୧,୫୦୦ରୁ ଅଧିକ ଭାରତରେ ଅଛନ୍ତି। 

ରବି କୁମାର କିଏ – 

ରବି କୁମାର ଇନ୍ଫୋସିସ୍‌ରେ ଦୀର୍ଘ ଦିନ ଧରି ରହିବା ପରେ ଜାନୁଆରୀ ୨୦୨୩ରେ କଗ୍ନିଜେଣ୍ଟର ସିଇଓର ପଦ ସମ୍ଭାଳି ଥିଲେ। ସେ ଇନଫୋସିସରେ ୨୦୧୬ରୁ ୨୦୨୨ ଯାଏ ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟ କରୁ ଥିଲେ। ସେ ଶିବାଜୀ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂର ଡିଗ୍ରୀ ଓ ଇନଷ୍ଟିଟ୍ୟୁଟ୍ ଅଫ୍‌ ମ୍ୟାନେଜମେଣ୍ଟ , ଭୁବନେଶ୍ୱରରୁ ଏମବିଏ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.