ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କଫି ମେସିନ୍‌ ବଢ଼ାଉଛି କୋଲେଷ୍ଟରଲ! ନୂତନ ଅଧ୍ୟୟନରୁ ଖୁଲାସା

Published By : Krishna Priya | March 26, 2025 9:34 AM

ନୂଆଦିଲ୍ଲୀ, ୨୬/୦୩: ଅଧିକାଂଶ କର୍ପୋରେଟ୍‌ କର୍ମଚାରୀଙ୍କ ମନପସନ୍ଦର ସ୍ଥାନ ହେଉଛି ଅଫିସ୍‌ କଫି ମେସିନ୍‌ । ତେବେ ଏହାର ଏକ ଆଶ୍ଚର୍ଯ୍ୟଚକିତ ପାଶ୍ୱର୍ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଶରୀରରେ କୋଲେଷ୍ଟରଲ ମାତ୍ରା ବଢ଼ାଇବାରେ ଏହାର ହାତ ରହିଛି ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ଅଧ୍ୟୟନରୁ ଖୁଲାସା ହୋଇଛି, ଫୁଟା କଫି ଭଳି କର୍ମସଂସ୍ଥାନର ମେସିନ୍‌ରୁ ମିଳୁଥିବା କଫିରେ ଉଚ୍ଚ ମାତ୍ରାରେ କୋଲେଷ୍ଟରଲ ବୃଦ୍ଧି କରୁଥିବା ଯୌଗିକ ରହିଛି । କିନ୍ତୁ ଏହାର ସରଳ ସମାଧାନ ହେଉଛି ପେପର୍‌ ଫିଲ୍ଟର କଫି ମେକର୍‌ । ଉପ୍‌ସାଲା ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ଚାଲମର୍ସ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିର ସହଯୋଗିତାରେ ଏହି ଅଧ୍ୟୟନ କରାଯାଇଛି ।

ଏହାର ତଥ୍ୟ ନ୍ୟୁଟ୍ରିସନ୍‌, ମେଟାବଲିଜମ୍‌ ଆଣ୍ଡ୍‌ କାର୍ଡିଓଭାସ୍କୁଲାର ଡିଜିଜେସ୍‌ ପତ୍ରିକାରେ ପ୍ରକାଶ ପାଇଛି । ସ୍ୱିଡେନ୍‌ର କର୍ମସ୍ଥଳୀଗୁଡ଼ିକରେ କେତେ କଫି ସେବନ କରାଯାଉଛି, ତାକୁ ବିଚାରକୁ ନେଇ ଗବେଷକମାନେ ଏ ପ୍ରକାର କଫି ମେସିନ୍‌ରୁ କୋଲେଷ୍ଟରଲ ବଢ଼ାଉଥିବା ତତ୍ତ୍ୱଗୁଡ଼ିକର ମାତ୍ରା ବିଷୟରେ ଜାଣିବାକୁ ଚେଷ୍ଟା କଲେ । ସେମାନେ ୧୪ କଫି ମେସିନ୍‌କୁ ଅଧ୍ୟୟନ କଲେ । ନିୟମିତ ଡ୍ରିପ୍‌-ଫିଲ୍ଟର କଫି ମେକର୍‌ ତୁଳନାରେ ଏହି କଫି ମେସିନ୍‌ରୁ ନିର୍ଗତ କଫିରେ କୋଲେଷ୍ଟରଲ ବଢ଼ାଉଥିବା ତତ୍ତ୍ୱର ମାତ୍ରା ବହୁତ ଅଧିକ ଥିବା ଜଣାପଡ଼ିଲା । ଏଥିରୁ ଗବେଷକମାନେ ନିଷ୍କର୍ଷରେ ପହଞ୍ଚିଲେ ଯେ କଫିରେ ଏହି କୋଲେଷ୍ଟରଲ ବୃଦ୍ଧିକାରୀ ତତ୍ତ୍ୱର ଉପସ୍ଥିତି ପାଇଁ ଫିଲ୍ଟର ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ । ସବୁ କଫି ମେସିନ୍‌ ଏହାକୁ ଫିଲ୍ଟର କରେ ନାହିଁ । କିନ୍ତୁ ବିଭିନ୍ନ ପ୍ରକାର କଫି ମେସିନ୍‌ ମଧ୍ୟରେ ଏହି ସମସ୍ୟା ଭିନ୍ନ ଭିନ୍ନ ଏବଂ କୋଲେଷ୍ଟରଲ ମାତ୍ରାରେ ମଧ୍ୟ ବଡ଼ ଧରଣର ଫରକ ଦେଖାଯାଏ ବୋଲି ଉପ୍‌ସାଲା ବିଶ୍ୱବିଦ୍ୟାଳୟର ଗବେଷକ ଡେଭିଡ୍‌ ଇଗ୍‌ମାନ କହିଛନ୍ତି ।

ବାସ୍ତବତା ହେଉଛି ଏକ ପାତ୍ରରେ ଫୁଟାଯାଇଥିବା କଫିରେ ଉଚ୍ଚ ମାତ୍ରାର ଖରାପ କୋଲେଷ୍ଟରଲ ବୃଦ୍ଧିକାରୀ ତତ୍ତ୍ୱ ରହିଛି । ସଦ୍ୟତମ ନର୍ଡିକ୍‌ ପୋଷକ ସୁପାରିଶରେ ମଧ୍ୟ ଫୁଟା କଫି ନ ପିଇବାକୁ ଉପଦେଶ ଦିଆଯାଇଛି । ଅନ୍ୟପକ୍ଷେ, ଏକ ନିୟମିତ ଡ୍ରିପ୍‌-ଫିଲ୍ଟର କଫି ମେକର୍‌ ଏକ ପେପର୍‌ ଫିଲ୍ଟର ଉପଯୋଗ କରେ, ଯାହା ଖରାପ କୋଲେଷ୍ଟରଲ ବୃଦ୍ଧି କରୁଥିବା ଏ ପ୍ରକାର ତତ୍ତ୍ୱକୁ ସମ୍ପୂର୍ଣ୍ଣ ଫିଲ୍ଟର କରିବାରେ ସକ୍ଷମ । କର୍ମସ୍ଥଳୀ ଭଳି ସାର୍ବଜନୀନ ସ୍ଥାନରେ ମିଳୁଥିବା ପାରମ୍ପରିକ କଫି ମେସିନ୍‌ ଏଭଳି କୋଲେଷ୍ଟରଲ ତତ୍ତ୍ୱକୁ କେତେ ଫିଲ୍ଟର କରୁଛି, ତାହା ଅଦ୍ୟାବଧି ଯାଞ୍ଚ୍‌ ପରିସରକୁ ଆସିନଥିଲା । ସଦ୍ୟ ଅଧ୍ୟୟନରେ ଗବେଷକମାନେ ଏକାଧିକ କଫି ମେସିନ୍‌ରୁ ନେଇଥିବା ନମୁନା ମଧ୍ୟରୁ ଅଧିକାଂଶ କଫିରେ ଥିବା କୋଲେଷ୍ଟରଲ ମାତ୍ରା ଲୋକଙ୍କ ଏଲ୍‌ଡିଏଲ୍‌ କୋଲେଷ୍ଟରଲ ସ୍ତରକୁ ପ୍ରଭାବିତ କରିପାରେ ବୋଲି ଜାଣିବାକୁ ପାଇଲେ । ଭବିଷ୍ୟତରେ ଏହାର ହୃତ୍‌ପିଣ୍ଡ ରୋଗ ଆଶଙ୍କା ମଧ୍ୟ ରହିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ ଡ୍ରିପ୍‌-ଫିଲ୍ଟର କଫି ବା ଉତ୍ତମ ରୂପେ ଫିଲ୍ଟର କଫି ଗ୍ରହଣୀୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.