ନୂଆଦିଲ୍ଲୀ : ଭାରତ ସହ ଯୁଦ୍ଧର ଆଶଙ୍କାକୁ ନେଇ ପାକିସ୍ତାନ ଏବେ ଥରହର। ଏହି ମଧ୍ୟରେ ବର୍ତ୍ତମାନ ପାକିସ୍ତାନ ସ୍କୁଲ୍ ପିଲାଙ୍କୁ ଯୁଦ୍ଧ ସ୍ଥିତିର ଟ୍ରେନିଂ ଦେବା ଆରମ୍ଭ କରି ଦେଇଛି। ରିପୋର୍ଟସ ମୁତାବିକ ପାକିସ୍ତାନ ଅଧିକୃତ ଥିବା କାଶ୍ମୀର ଅର୍ଥାତ୍ ପିଓକେରେ ସ୍କୁଲ୍ର ଖେଳର ମୈଦାନକୁ ପିଲାଙ୍କ ପାଇଁ ଫାର୍ଷ୍ଟ ଏଡ୍ ଶିବିରରେ ପରିଣତ କରି ଦେଇଛି। ଏଠାରେ ତାଙ୍କୁ ଏହା କୁହାଯାଉଛି କି , ଯୁଦ୍ଧ ସ୍ଥିତିରେ ଯଦି ଭାରତ ହମଲା କରି ଦିଏ ତ ତାଙ୍କୁ କଣ କରିବାକୁ ହେବ।
ସ୍ଥାନୀୟ ଲୋକଙ୍କ ମୁତାବିକ , ଏହି ସପ୍ତାହରେ ପିଲାଙ୍କୁ ପ୍ରାଥମିକ ଚିକିତ୍ସା(ଫାର୍ଷ୍ଟ ଏଡ୍) ର ପ୍ରଶିକ୍ଷଣ ଦିଆଯାଉଛି। ଏହି ଅନୁସାରେ ଛାତ୍ରଙ୍କୁ ଝରକାରେ ବାହାରକୁ ଡ଼େଇଁବା , ଇନଫ୍ଲେଟେବଲ ଏଗଜିଟ୍ ସ୍ଲାଇଡ୍ର ବ୍ୟବହାର କରିବା ଓ ଆହତ ବ୍ୟକ୍ତିଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ମଧ୍ୟ ଶିକ୍ଷା ଦିଆ ଯାଉଛି। ପାକିସ୍ତାନର ଜରୁରିକାଳୀନ କର୍ମଚାରୀଙ୍କ ମୁତାବିକ, ପିଓକେ ସବୁଠୁ ବଡ଼ ସହର ମୁଜଫରାବାଦରେ ୧୩ଟି ସ୍କୁଲରେ ପ୍ରଶିକ୍ଷଣ ପର୍ଯ୍ୟାୟ ପୂର୍ବରୁ ହିଁ ହୋଇ ସାରିଛି। ଜଣେ ଅଧିକାରୀ ଏଏଫପିକୁ କହିଛନ୍ତି ଯେ, ଜରୁରୀକାଳୀନ ସ୍ଥିତିରେ ସର୍ବ ପ୍ରଥମେ ସ୍କୁଲ ପ୍ରଭାବିତ ହୋଇଥାଏ, ଏହି କାରଣରୁ ସ୍କୁଲ ପିଲାଙ୍କ ସହ ପ୍ରଶିକ୍ଷଣ ଆରମ୍ଭ କରୁଛୁ। ସେ କହିଛନ୍ତି ଯେ , ସେ ଆଗାମୀ ଦିନରେ ନିୟନ୍ତ୍ରଣ ରେଖାର ନିକଟରେ ଥିବା ସ୍କୁଲ ଗୁଡ଼ିକରେ ସୈନିକଙ୍କୁ ମଧ୍ୟ ମୁତୟନ କରିବେ।
ଟ୍ରେନିଂ ବେଳେ କିଛି ଛାତ୍ର କହିଛନ୍ତି ଯେ , ଆମେ ନିଆଁ ଲିଭାଇବା ଓ ଆହତଙ୍କୁ ସାହାଯ୍ୟ କରିବା ଶିଖୁଛୁ। ୧୨ ବର୍ଷିୟ ଜଣେ ଛାତ୍ର ଫୈଜାନ ଅହମ୍ମଦ କହିଛନ୍ତି , ଆମେ ନିଜର ବନ୍ଧୁଙ୍କୁ ସାହାଯ୍ୟ କରିବା ଓ ଭାରତ ଯଦି ହମଲା କରି ଦିଏ ପ୍ରାଥମିକ ଚିକିତ୍ସା କରିବା ଶିଖୁଛୁ। ଆଉ ଜଣେ ଛାତ୍ର କହିଛନ୍ତି , ଆମେ ଶିଖୁଛୁ , ଆହତ ବ୍ୟକ୍ତିଙ୍କୁ କେମିତି ପୋଷାକ ପିନ୍ଧାଯାଏ , କାହାକୁ ଷ୍ଟ୍ରେଚରରେ କେମିତି ନିଆ ଯାଏ ଏବଂ କେମିତି ନିଆଁ ଲିଭା ଯାଏ ।