ପ୍ରମୂଖ ଖବର
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ

Published By : Suraj Kumar | August 12, 2025 7:59 PM

ଉମରକୋଟ, ୧୨।୦୮ (ଆପ୍ର)-ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁ ପୁତ୍ର ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ ପଦିଆଗୁଡା ଗ୍ରାମରେ । ମୃତ ଶିଶୁ ଜଣକ ହେଲେ ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ପଦିଆ ଗୁଡା ଗ୍ରାମର ବୀର ଗଣ୍ଡ ଙ୍କ ଦେଢ ବର୍ଷର ପୁଅ ଦଇନୁ ଗଣ୍ଡ। 

ଦଇନୁ ମଙ୍ଗଳବାର ସକାଳେ ଘର ପାଖରେ ଖେଳୁଥିଲେ। ଏହାର କିଛି ସମୟ ପରେ ପରିବାର ଲୋକ  ଦଇନୁ ଖେଳୁଥିବା ଜାଗାରେ ନ ଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ବ୍ୟସ୍ତ ହୋଇ ଏଣେତେଣେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଦଇନୁର କୌଣସି ଖୋଜଖବର ପାଇ ନଥିଲେ। ପରେ ପରିବାର ଲୋକେ ଦଇନୁ ଘର ପାଖରେ ଥିବା ଗୋଟିଏ ପାଣି କୁଣ୍ଡରେ ପଡିଥିବା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ଦଇନୁଙ୍କୁ ଉଦ୍ଧାର କରି ବାଇକ୍ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତର ଦଇନୁଙ୍କୁ ମୃତ ଘୋଷଣା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.