ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

'OMBRIC'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; କହିଲେ ପ୍ରକଳ୍ପ ନିଯୁକ୍ତି ଏବଂ ଜୀବିକା ସୃଷ୍ଟି କରିବାରେ ସହାୟକ ହେବ

Published By : Manash Sahoo | August 12, 2025 7:38 PM

ଭୁବନେଶ୍ବର,୧୨/୦୮: ଭୁବନେଶ୍ବରରେ ବାୟୋଟେକ୍ନୋଲୋଜି ଗବେଷଣା ଏବଂ ନବସୃଜନ କରିଡର ଲଞ୍ଚ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା  ବିଭାଗର ଏକ ନୂତନ ପ୍ରୟାସ ଆରମ୍ଭ OMBRICର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ପରିବେଶ ସୁରକ୍ଷା, ବିଜ୍ଞାନ-ଭିତ୍ତିକ ପର୍ଯ୍ୟଟନ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ନୂତନ ନିଯୁକ୍ତି ଏବଂ ଜୀବିକା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି  ମଧ୍ୟରେ ଏକ ଗବେଷଣା ଏବଂ ବିକାଶ ସହଯୋଗ ବୁଝାମଣାପତ୍ର ବା ଏମଓୟୁ ଲୋକସେବା ଭବନ ସ୍ୱାକ୍ଷରିତ ହୋଇଛି । ଏହା ସହିତ, ଓଡ଼ିଶାର ଛଅଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗବେଷଣା ଏବଂ ବିକାଶ ସହାୟତା ପ୍ରଦାନ ପାଇଁ ସରକାରଙ୍କ ସହିତ ସହଭାଗୀତା କରିଛନ୍ତି ।

OMBRIC ଲଞ୍ଚ୍ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ OMBRIC ବୈଜ୍ଞାନିକ ନବସୃଜନ ପାଇଁ "ଆଶାର କିରଣ" ହେବ, ରାଜ୍ୟର ନୀଳ ଅର୍ଥନୀତିକୁ ପରିବର୍ତ୍ତନ କରିବ ଏବଂ ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଦେବ । ଏହି ପ୍ରୟାସ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ସାମୁଦ୍ରିକ ବାୟୋଟେକ୍ ଷ୍ଟାର୍ଟଅପ୍ ନିର୍ମାଣ କରିବାରେ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏହାଛଡ଼ା ‘Viksit Odisha 2036’ ଏବଂ ‘Viksit India 2047’ର ଦୃଷ୍ଟିକୋଣ ସହିତ ସମନ୍ୱିତ ରକ୍ଷା କରିବ ଏହି ପ୍ରକଳ୍ପ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଓଡ଼ିଶା ଏକ ଉପକୂଳବର୍ତ୍ତୀ ରାଜ୍ୟରୁ ଏକ "ଉପକୂଳୀୟ ଉଦ୍ଭାବକ" ହେବାରେ ଲାଗିଛି । ଯାହା ଅର୍ଥନୈତିକ ଏବଂ ପରିବେଶଗତ ଲାଭ ପାଇଁ ଏହାର ଜୈବ ବିବିଧତାକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରୁଛି । ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜୈବ ପ୍ରଯୁକ୍ତିବିଦ୍ୟାରେ ରାଜ୍ୟର ବିଶାଳ ସମ୍ଭାବନା ଉଲ୍ଲେଖ କରିଥିଲେ ଏବଂ OMBRIC କୁ "ଏକ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ବ୍ଲୁପ୍ରିଣ୍ଟ" ଭାବରେ ବର୍ଣ୍ଣନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.