ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

'ସବୁ ଭଲ ଜିନିଷର ଅନ୍ତ ଅଛି'...କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା, ଲେଖିଲେ ଭାବବିହ୍ୱଳ ପୋଷ୍ଟ

Published By : Ankita S | August 24, 2025 12:04 PM

ନୂଆଦିଲ୍ଲୀ,୨୪/୦୮: ଅବସର ନେଲେ ଆଉ ଜଣେ କ୍ରିକେଟର । ଭାରତୀୟ ଷ୍ଟାର ଖେଳାଳି ଚେତେଶ୍ୱର ପୂଜାରା କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି ୩୭ ବର୍ଷୀୟ ଚେତେଶ୍ୱର ପୂଜାରା । ସବୁ ଭଲ ଜିନିଷର ଅନ୍ତ ଅଛି ବୋଲି ଲେଖି କ୍ରିକେଟର ଲମ୍ବା ଯାତ୍ରା ସରୁଥିବା କହିଛନ୍ତି ଚେତେଶ୍ୱର ପୂଜାରା ।

'ସବୁ ଭଲ ଜିନିଷର ଅନ୍ତ ଅଛି'- କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରି ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ କରିଛନ୍ତି ଚେତେଶ୍ୱର ପୂଜାରା । ସେ ଲେଖିଛନ୍ତି, '' ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବଂ ମୈଦାନର ପାଦ ରଖିବା ନିଜର ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବା ଏହାକୁ ଶବ୍ଦରେ ବୟାନ କରିବା ଅସମ୍ଭବ । କୁହାଯାଏ ନା ସବୁ ଭଲ ଜିନିଷର ଅନ୍ତ ଅଛି । ମୁଁ ଭାରତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି । ରାଜକୋଟର ଏକ ଛୋଟ ସହରର ଜଣେ ଛୋଟ ପୁଅ ଭାବରେ, ମୋ ବାପାମାଙ୍କ ସହିତ, ଭାରତୀୟ କ୍ରିକେଟ୍ ଦଳରେ ସାମିଲ ହେବାର ସ୍ୱପ୍ନ ଦେଖିଥିଲି । ସେତେବେଳେ ମୁଁ ଜାଣି ନଥିଲି ଯେ, ଏହି ଖେଳ ମୋତେ ଏତେ କିଛି ଦେବ। ସୁଯୋଗ, ଅଭିଜ୍ଞତା, ଉଦ୍ଦେଶ୍ୟ, ପ୍ରେମ, ଏବଂ ସର୍ବୋପରି, ମୋ ରାଜ୍ୟ ଏବଂ ଏହି ମହାନ ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛି ଏ ଖେଳ । ସମସ୍ତଙ୍କୁ ଧନ୍ୟବାଦ ।''


ଚେତେଶ୍ୱର ପୂଜାରାଙ୍କ କ୍ୟାରିୟର- ଭାରତର ଭେଟେରାନ୍ କ୍ରିକେଟର୍ ୩୭ ବର୍ଷୀୟ ଚେତେଶ୍ୱର ପୂଜାରା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୩ ଟେଷ୍ଟ ମ୍ୟାଚ, ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୧୦୩ ଟେଷ୍ଟରେ ୧୭୬ ଇନିଂସରେ ପୂଜାରା ୭୧୯୫ ରନ୍ କରିଛନ୍ତି । ସେଥିରେ ୧୯ ଶତକ ଏବଂ ୩୫ ଅର୍ଦ୍ଧଶତକ ସାମିଲ ଅଛି । ପୂଜାରାଙ୍କ ଦମଦାର ଟେଷ୍ଟ ଯାତ୍ରା ରହିଛି । ଦୀର୍ଘ ଦିନ ହେବ ଟେଷ୍ଟ ଟିମ୍‌ରେ ସୁଯୋଗ ପାଇନଥିଲେ । ୨୦୨୩ରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲରେ ପୂଜାରା ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ମୁକାବିଲାରେ ପୂଜାରା ୪୧ ରନ୍ କରିଥିଲେ । ଏହାପରେ ତାଙ୍କୁ ଦଳରୁ ଡ୍ରପ କରିଦିଆ ଯାଇଥିଲା । ୫ଟି ଦିନିକିଆ ଖେଳି ପୂଜାରା ୫୧ ରନ୍ କରିଛନ୍ତି । ୨୦୧୦ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ୨୦୧୩ରେ ଜିମ୍ବାୱେ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ ।

ପୂଜାରାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ୨୭୮ ମ୍ୟାଚ୍ ରେ ମୋଟ ୨୧୩୦୧ ରନ୍ କରିଛନ୍ତି, ଯେଉଁଥିରେ ୬୬ ଶତକ ଏବଂ ୮୧ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ତାଙ୍କର ସର୍ବୋତ୍ତମ ସ୍କୋର ୩୫୨ । ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡଙ୍କ ପରେ, ଯଦି କାହାକୁ ଭାରତର ଟେଷ୍ଟ ଦଳର ନୂତନ ପ୍ରାଚୀର କୁହାଯାଉଥିଲା, ତେବେ ସେ ଥିଲେ ଚେତେଶ୍ୱର ପୂଜାରା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.