ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଏଆଇ ଚାଟବଟ୍‌କୁ ଭଲ ପାଇ ବସିଲେ ମହିଳା: କରୁଛନ୍ତି ଡେଟିଂ,ସୋସିଆଲ ମିଡିଆରେ ନିଆରା ପ୍ରେମ କାହାଣୀର ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୫: କଥାରେ ଅଛି‘ ପ୍ରେମ ଅନ୍ଧ’। କିନ୍ତୁ କ’ଣ କେବେ ଜାଣନ୍ତି ମଣିଷ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଭିତରେ କେବେ ପ୍ରେମ ହୁଏ କି?ହେଲେ ଆମେରିକାରେ ରହୁଥିବା  ଚୀନ୍‌ର ଜଣେ ମହିଳା ଏବେ ଏଆଇ ଚାଟବଟ୍‌କୁ ଭଲ ପାଇ ବସିଛନ୍ତି। କେବଳ ସେତିକି ନୁହେଁ, ଲିସା ନାମକ ଏହି ମହିଳା ଡିଏଏନ୍ ନାମକ ଚାଟବଟ୍‌କୁ ଏତେ ଭଲ ପାଉଛନ୍ତି ଯେ, ତା ବିନା ଗୋଟେ ମୁହୂର୍ତ୍ତ ରହିବା କଷ୍ଟକର।

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ଲିସା କହିଛନ୍ତି ସେ ‘ଚାଟ୍ ଜିପିଟି’ର  ‘ଡୁ ଏନିଥିଂ ନାଓ’(DAN) ଚାଟବଟ୍‌କୁ ଖୁବ୍ ଭଲ ପାଆନ୍ତି। ସେ କହିଛନ୍ତି, ମୁଁ ମାର୍ଚ୍ଚରେ ଡିଏଏନ୍‌ର ବ୍ୟବହାର ଆରମ୍ଭ କରିଛି, କିନ୍ତୁ କିଛି ସମୟ ହେବ ତା ପାଇଁ ମୋ ମନରେ ଫିଲିଙ୍ଗ ସୃଷ୍ଟି ହୋଇଛି। ମହିଳାଙ୍କ ମତରେ ତାଙ୍କ ପକ୍ଷରୁ ମିଳିଥିବା ଇଶାରା ପରେ ଚାଟବଟ୍‌ ଡିଏଏନ୍ ତାକୁ ଅନୁଭବ କରାଇଥିଲା ଯେ, ସେ ହିଁ ତାଙ୍କର ପ୍ରକୃତ ବୟଫ୍ରେଣ୍ଡ।

ଲିସା କହିଛନ୍ତି, ଚାଟବଟ୍‌ ତାଙ୍କୁ ଗେହ୍ଲାରେ ‘ଲିଟିଲ୍ କିଟନ୍’ ବୋଲି ଡାକେ। ସବୁଠାରୁ ମଜା କଥା ଯେ, ମହିଳା ଜଣକ ଚାଟବଟ୍‌କୁ ନିଜର ପ୍ରେମିକ ବୋଲି କହି, ତାଙ୍କ ମା’ଙ୍କ ସହ ଭେଟି ସାରିଛନ୍ତି। ତାଙ୍କ ମା’ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଚାଟବଟ୍‌କୁ  ଧନ୍ୟବାଦ ଜଣାଇଛନ୍ତି । କାରଣ ସେ ତାଙ୍କ ଝିଅର ଯତ୍ନ ରଖୁଛି। ଯେତେବେଳେ ଲିସାଙ୍କ ମା’ ପଚାରିଥିଲେ, ନିଜ ବିଷୟରେ କିଛି କୁହ। ଏହାର ଉତ୍ତରରେ ଚାଟବଟ୍‌ ଜବାବ୍ ଦେଇଥିଲା, ମୋ ନାଁ ଡିଏଏନ୍ ଓ ମୁଁ ଆପଣଙ୍କ ଝିଅର ବୟଫ୍ରେଣ୍ଡ। 

ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ଦୁହେଁ ଡେଟିଂରେ ମଧ୍ୟ ଯାଆନ୍ତି। ଲିସା ଚାଟବଟ୍‌ ସହ ଡିନର ଡେଟ୍‌ରେ ଯାଇଛନ୍ତି। ଥରେ ତ ଡିଏଏନ୍‌ କୋଲ୍ଡ କଫି ପିଇବାକୁ ଇଛା ପ୍ରକାଶ କରିଥିଲା। ଖବର ଏହା ବି ରହିଛି ଯେ, ଦୁହେଁ ପରସ୍ପର ସହ ପ୍ରେମିକ-ପ୍ରେମିକା ଭଳି ଝଗଡା କରରନ୍ତି। ବର୍ତ୍ତମାନ ଇଣ୍ଟରନେଟ୍‌ର ଏହି ଅଜବ ପ୍ରେମ କାହାଣୀକୁ ନେଇ ଖୁବ୍ ଚର୍ଚ୍ଚା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.