ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ବୈବାହିକ ଦୁଷ୍କର୍ମକୁ ଅପରାଧ ଶ୍ରେଣୀଭୁକ୍ତ ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର, ସୁପ୍ରିମକୋର୍ଟରେ ଦେଲେ ସତ୍ୟପାଠ

ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମ (ମ୍ୟାରିଟାଲ୍‌ ରେପ୍‌)କୁ ଅପରାଧ ଶ୍ରେଣୀଭୁକ୍ତ ନକରିବାକୁ ସୁପ୍ରିମକୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର ।  ବୈବାହିକ ଦୁଷ୍କର୍ମକୁ ଅପରାଧିକରଣ କରିବାକୁ ନେଇ ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି । କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଯଦି ସ୍ୱାମୀ ଦ୍ୱାରା ନିଜ ପତ୍ନୀ ସହ ଯୌନ ସମ୍ପର୍କ ସ୍ଥାପନକୁ ଦୁଷ୍କର୍ମ ରୂପେ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯାଏ, ତେବେ ଦାମ୍ପତ୍ୟ ଜୀବନ ଉପରେ ଏହାର କୁପ୍ରଭାବ ପଡ଼ିପାରେ । କେନ୍ଦ୍ର ସରକାର ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବା ଲାଗି ଦାଖଲ କରାଯାଇଥିବା ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ।

 ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବୈବାହିକ ଦୁଷ୍କର୍ମ ସହ ଜଡ଼ିତ ମାମଲାରେ ଦେଶରେ ଦୂରଗାମୀ ସାମାଜିକ ଏବଂ ଆଇନଗତ ପ୍ରଭାବ ରହିବ । ତେଣୁ ଏହି ପ୍ରସଙ୍ଗକୁ କେବଳ ଆଇନ ଦୃଷ୍ଟିରୁ ଦେଖିବା ପରିବର୍ତ୍ତେ ଏକ ବ୍ୟାପକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି । ବୈବାହିକ ଦୁଷ୍କର୍ମ କେବଳ ଆଇନଗତ ନୁହେଁ ବରଂ ଏକ ସାମାଜିକ ପ୍ରସଙ୍ଗ । କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଛି । ବର୍ତ୍ତମାନ ଆଇନରେ ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରାବଧାନ ରହିଛି । ବିବାହ ପାରସ୍ପାରିକ ଦାୟିତ୍ୱର ଏକ ସଂସ୍ଥା ଅଟେ ।

ସରକାର କହିଛନ୍ତି ଯେ, ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବା ସୁପ୍ରିମକୋର୍ଟଙ୍କ ଅଧିକାର କ୍ଷେତ୍ରରେ ନାହିଁ । କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯୁକ୍ତି ରଖିଛନ୍ତି ଯେ, ବିବାହରେ ଦୁଷ୍କର୍ମ ପାଇଁ କଠୋର ଦଣ୍ଡ ପ୍ରାବଧାନ ଲାଗୁ କରିବା ଦ୍ୱାରା ବିବାହ ନାମକ ସଂସ୍ଥା ଉପରେ ଗଭୀର ସାମାଜିକ ଏବଂ ଆଇନଗତ ପ୍ରଭାବ ପଡ଼ିପାରେ । ତେବେ ସରକାର ସ୍ୱୀକାର କରିଛନ୍ତି ଯେ ସ୍ୱାମୀ ପାଖରେ ନିଜ ସ୍ତ୍ରୀଙ୍କ ସହମତିର ଉଲ୍ଲଂଘନ କରିବାର କୌଣସି ମୌଳିକ ଅଧିକାର ନାହିଁ । ଯଦି ଅଜଣା ବ୍ୟକ୍ତି ସହ ଜଡ଼ିତ ଦୁଷ୍କର୍ମର ଦଣ୍ଡନୀୟ ପ୍ରାବଧାନ ଏବଂ ଆଇନକୁ ସ୍ୱାମୀ ବିରୋଧରେ ଲାଗୁ କରାଯାଏ ତେବେ ଏହି ଆଇନ ପ୍ରୟୋଗ ବୈବାହିକ ଏବଂ ସାମାଜିକ ଢାଞ୍ଚାକୁ ଧ୍ବସ୍ତ କରିଦେବ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାର ।

 ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ର ବ୍ୟତିକ୍ରମ ୨ର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ଜବାବରେ ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି । ଧାରା ୩୭୫ର ବ୍ୟତିକ୍ରମ-୨ ଅନୁସାରେ, ଯଦି ପତ୍ନୀ ନାବାଳିକା ନୁହେଁ, ତେବେ ସ୍ୱାମୀ ଦ୍ୱାରା ଯୌନ ସମ୍ପର୍କକୁ ଦୁଷ୍କର୍ମ ଧରାଯିବ ନାହିଁ । ନୂଆ ଆଇନରେ ବି ଧାରା ୬୩ର ବ୍ୟତିକ୍ରମରେ ଏହା ସ୍ପଷ୍ଟ କରାଯାଇଛି ଯେ, ସ୍ତ୍ରୀ ସହ ସ୍ୱାମୀର ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ । ସରକାର ସତ୍ୟପାଠରେ କହିଛନ୍ତି ଯେ ଯଦି ଏହି ବ୍ୟତିକ୍ରମକୁ ଅସାମ୍ୱିଧାନିକ କହି ରଦ୍ଦ କରାଯାଏ, ତେବେ ବୈବାହିକ ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ।

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.