ନୂଆଦିଲ୍ଲୀ,୧୨/୧୧: ଫିଲ୍ମକୁ ନେଇ କମ୍ ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଫିଲ୍ମମେକର ରାମଗୋପାଳ ବର୍ମା । ସତ୍ୟା, ରଙ୍ଗିଲା ଏବଂ କମ୍ପାନୀ ଭଳି ଚଳଚ୍ଚିତ୍ର ଭେଟି ଦେଇଥିବା ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା ପୁଣି ଥରେ ଅଡୁଆରେ ପଡିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁ ଓ ତାଙ୍କ ପରିବାର ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ନାମରେ ମାମଲା ଦାୟର ହୋଇଛି ।
ରାମଗୋପାଳ ବର୍ମାଙ୍କ ଉପରେ ଅଭିଯୋଗ ରହିଛି କି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁ, ତାଙ୍କ ପୁଅ ନାରା ଲୋକେଶଙ୍କ ସମେତ ଟିଡିପି ନେତା, ଜନସେନା ପାର୍ଟିର ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ କଣ୍ଟେଣ୍ଟ ପୋଷ୍ଟ କରିଥିଲେ । ତାଙ୍କ ଫିଲ୍ମ ବ୍ୟୁହମ ପ୍ରମୋସନ ସମୟରେ ଚନ୍ଦ୍ରବାବୁ ନାୟୁଡୁ, ପବନ କଲ୍ୟାଣଙ୍କ ବିରୋଧେ ଅପମାନଜନକ ପୋଷ୍ଟ କରିଥିଲେ । ଏହାକୁ ନେଇ ବିବାଦ ଉପୁଜିଛି । ଏ ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି ।
ରିପୋର୍ଟ ଅନୁସାରେ,ଟିଡିପି ଲିଡର ରାମଲିଙ୍ଗମ ପ୍ରକାଶନ ଜିଲ୍ଲା ମଦ୍ଧିପଡୁ ପୋଲିସ ଷ୍ଟେସନରେ ରାମଗେପାଳ ବର୍ମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଥାନା ଏସପି ଏ.ଆର. ଦାମୋଦର କହିଛନ୍ତି ଆଇଟି ଆକ୍ଟ ଅଧୀନରେ ମାମଲା ରୁଜ୍ଜୁ ହୋଇଛି । ପୂର୍ବରୁ ଚନ୍ଦ୍ରବାବୁ ନାୟୁଡୁଙ୍କ ଉପରେ ଫିଲ୍ମ ନର୍ମାଣ କରି ବିବାଦକୁ ଆସିଥିଲେ ରାମଗୋପାଳ ବର୍ମା ।