ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ଭୁଲ ବାଟ ଦେଖାଇଲା ଗୁଗୁଲ୍ ମ୍ୟାପ୍; ଅଧାଗଢ଼ା ଫ୍ଲାଏଓଭରରେ ଝୁଲିଲା କାର୍‌, ଅଳ୍ପରେ ବର୍ତ୍ତିଲେ ଯାତ୍ରୀ

Published By : Ankita S | June 10, 2025 2:33 PM

ଲକ୍ଷ୍ନୌ,୧୦/୦୬: ରାତି ପ୍ରାୟ ୧ଟା । ଗୁଗୁଲ୍ ମ୍ୟାପ ବାଟ ବତାଉଥିଲା । ସ୍ପିଡ୍ ବଢୁଥିଲା ଗାଡି ଆଗକୁ ଆଗକୁ ଗଡୁଥିଲା । ଅଚାନକ ଘଟିଲା ଦୁର୍ଘଟଣା । ଅଧୁରା ହୋଇ ରହିଥିବା ଫ୍ଲାଏଓଭରରେ ଝୁଲିକି ରହିଲା କାର । ଉତ୍ତରପ୍ରଦେଶ ଗୋରଖପୁର ମହାରାଜାଗଞ୍ଜରେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟବସତଃ ଯାତ୍ରୀ ସୁରକ୍ଷିତ ଅଛନ୍ତି । ନେପାଳରୁ ଆସୁଥିବା ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି । ଗୁଗୁଲ ମ୍ୟାପ୍ ଭୁଲ୍ ବାଟ ବତାଇବାରୁ ଏହି ଦୁର୍ଘଟଣା ଘଟିଛି ।

ଡିଜିଟାଲ ଆପ୍‌ ଗୁଗୁଲ ସାହାଯ୍ୟରେ ଗୋରଖପୁର-ସେନାଉଲି ଜାତୀୟ ରାଜପଥରେ ରାତି ପ୍ରାୟ ୧ଟା ଏକ କାର ଯାଉଥିଲା । ମ୍ୟାପ୍ ଦେଖାଉଥିବା ବାଟ ହିସାବରେ ଗାଡ଼ି ଆଗକୁ ଗଡୁଥିଲା । ଏକ ନିର୍ମାଣଧୀନ ଫ୍ଲାଏଓଭରରେ କାର୍ ଚାଲୁଥିଲା ।  ଆଗକୁ ଆଗକୁ କାରଟି ଯିବା ସମୟରେ ହଠାତ୍ ରାସ୍ତା ସରିଥିଲା ଗାଡି ଝୁଲିକି ରହିଥିଲା । କାରଣ ସେଠାରେ କୌଣସି ସୂଚନା ଫଳକ ନଥିଲା । ଫଳରେ ଦୁର୍ଘଟଣା ଘଟିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ,ଦୁର୍ଘଟଣା ରାତି ପ୍ରାୟ ୧ଟାରେ ହୋଇଛି । କାରଟି ଗୋରଖପୁର ଯିବା ବାଟରେ ଅନ୍ଧାରରେ ନିର୍ମାଣଧୀନ ଫ୍ଲାଏଓଭରରେ ଫସି ଯାଇଥିଲା । ଗୁଗୁଲ ମ୍ୟାପ୍ ଅନୁସାରେ ରାସ୍ତା ଦେଖୁଥିଲେ । ଆଗକୁ ଫ୍ଲାଏଓଭର ଥିବା ନେଇ ମ୍ୟାପ୍ କୌଣସି ସୂଚନା ଦେଇନଥିଲା । କାର୍‌ଟି ଫ୍ଲାଏଓଭର ଶେଷରେ ପହଞ୍ଚିବା ପରେ ଚାଳକ ଜଣକ ଠିକ୍ ସମୟରେ ବ୍ରେକ୍ ମାରିଥିଲେ ଫଳରେ କାର୍ ବ୍ରିଜରୁ ତଳକୁ ଖସିନଥିଲା ଝୁଲିକି ରହିଥିଲା ।

ଘଟଣାର ଖବର ପାଇଁ ଫରେନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଲକ୍ଷ୍ନୌ ପଞ୍ଜୀକୃତ କାରର ମାଲିକ ହେଉଛନ୍ତି ରାମଗଡ ଗୋରଖପୁରର ହାରିସ୍ ସିଦ୍ଦିକ । ଦୁର୍ଘଟଣାକୁ ନେଇ ଫରେନ୍ଦା ଥାନା ଅଧିକାରୀ ପ୍ରଶାନ୍ତ ପାଠକ କହିଛନ୍ତି, ଆମେ ଘଟଣାସ୍ଥଳରେ ପହଞ୍ଚିବା ପରେ କାର୍‌ରେ କେହି ନଥିଲେ । ଆମେ ଆସିବା ପୂର୍ବରୁ ତାଙ୍କୁ ଉଦ୍ଧାର କରାଯାଇଥିଲା ।'' ଏହି ଘଟଣା ଅନେକ ପ୍ରଶ୍ନ ଛିଡା କରିଛି । ଫ୍ଲାଏଓଭର କାମ ଚାଲିଥିବା ବେଳେ କାହିଁକି କୌଣସି ସୂଚନାଫଳକ ନଥିଲା । ମାତ୍ର ଗୁଗୁଲ ମ୍ୟାପ୍ କିନ୍ତୁ ରୁଟ୍ ଦେଖାଉଥିଲା । ଯାହା ଫଳରେ କାର୍ ଚାଳକ ଆଗକୁ ଆଗକୁ ବଢିଥିଲେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.