ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ

Published By : Harapriya Sethi | March 29, 2025 11:21 AM

ଭୁବନେଶ୍ୱର, ୨୯/୦୩: ଭୁବନେଶ୍ୱର ଇନ୍‌ଫୋସିଟି ଛକରେ ଦୁର୍ଘଟଣା । ଡିଭାଇର୍‌ ଡେଇଁ କାର୍‌କୁ ଧକ୍କା ଦେଲା ଫର୍ଚୁନର । ଦୁର୍ଘଟଣାରେ କାର୍‌ରେ ବସିଥିବା ୩ ଜଣ ଯୁବତୀ ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣା ଘଟାଇ ଫର୍ଚୁନର ଡ୍ରାଇଭର ଘଟଣା ସ୍ଥଳରୁ ଖସି ପଳାଇବାକୁ କରୁଥିଲେ ଚେଷ୍ଟା । ଗୋଡେଇ ଗୋଡେଇ ଧରିଲେ ତିନୋଟି ପିସିଆର୍ । ଏହି ଘଟଣାରେ ଦୁଇ ଯୁବକ ଥାନାରେ ଅଟକ ରଖି ଉଭୟ ଗାଡ଼ିକୁ ଜବତ କରିଛି ପୋଲିସ ।

ସୂଚନା ମୁତାବକ, ଭୁବନେଶ୍ୱରର ଇନ୍‌ଫୋସିଟି ଛକରେ ୩ ଜଣ ଯୁବତୀ ଏକ କାର୍‌ରେ ଯାଉଥିବା ବେଳେ ଏକ ଫର୍ଚୁନର ଡିଭାଇଡର୍ ଡେଇଁ ଉକ୍ତ କାର୍‌କୁ ଧକ୍କା ଦେଇଥିଲା । ଫଳରେ କାର୍‌ରେ ଥିବା ୩ ଯୁବତୀ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପଇ ଘଟଣାସ୍ଥଳରେ ପହଞ୍ଚିଥିଲା ପିସିଆର୍‌ । ହେଲେ ଏହାରି ଭିତରେ ଫର୍ଚୁନର ଡ୍ରାଇଭର ଘଟଣା ସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ୩ ଟି ପିସିଆର୍‌ ଗାଡ଼ି ଗାଡ଼ି ଡ୍ରାଇଭରକୁ ଗୋଡ଼େଇ ଗୋଡ଼େଇ ଧରିଥିଲେ । ଏହି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଥିବାବେଳେ ଦୁଇଟି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.