ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଝାଡ଼ଖଣ୍ଡରେ ହେମନ୍ତ ମନ୍ତ୍ରିମଣ୍ଡଳ ଗଠନର ଫର୍ମୁଲା ସୁନିଶ୍ଚିତ ! ୫ଡିସେମ୍ବରରେ କଂଗ୍ରେସରୁ ୪ମନ୍ତ୍ରୀ ନେଇପାରନ୍ତି ଶପଥ

ରାଞ୍ଚି,୩/୧୨ : ଝାଡ଼ଖଣ୍ଡ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ୫ଡିସେମ୍ବରରେ ହୋଇପାରେ । ଝାମୁମୋ- କଂଗ୍ରେସ- ରାଜଦ ମଧ୍ୟରେ ଫର୍ମୁଲା ସୁନିଶ୍ଚିତ ହୋଇଯାଇଛି । ସୂଚନା ଅନୁସାରେ ଏହି ଦିନ ଅପରାହ୍ନ ୧୨ଟା ସମୟରେ ଶପଥ ଗ୍ରହଣ ସମାରୋହ ବି ହେବାର ଆଶା ରହିଛି । ପ୍ରକାଶ ଯେ, କଂଗ୍ରେସ କାରଣରୁ ମନ୍ତ୍ରିମଣ୍ଡଳ ଗଠନରେ ବିଳମ୍ବ ହେବାର କାରଣ ସାମ୍ନାକୁ ଆସୁଥିଲା । 

କଂଗ୍ରେସର ୪ବିଧାୟକ ମନ୍ତ୍ରୀ ପଦର ଶପଥ ନେଇପାରନ୍ତି । ସୂଚନା ମୁତାବକ, ଶପଥ ଗ୍ରହଣ ଲାଗି କଂଗ୍ରେସ ତରଫରୁ ସିଏମ୍ ହେମନ୍ତ ସୋରେନଙ୍କୁ ତିଥି ସୁନିଶ୍ଚିତ କରିବାକୁ କୁହାଯାଇଛି । ତିଥି ସୁନିଶ୍ଚିତ ହେବା ପରେ କଂଗ୍ରେସ ମନ୍ତ୍ରୀ ହେବାକୁ ଥିବା ବିଧାୟକଙ୍କ ସୂଚୀ ଦେବ। ରାଜନୈତିକ ମହଲରେ ଚର୍ଚ୍ଚା ଏହି କଥାର ହେଉଛି କି କୌଣସି ବରିଷ୍ଠ ବିଧାୟକଙ୍କୁ ମନ୍ତ୍ରୀ କରାଯିବ ନାହିଁ ତ ତାଙ୍କୁ ବିଧାୟକ ଦଳର ନେତା କରାଯାଇପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.