ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ରାଜଧାନୀରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ ,୦୪/୧୨: ରାଜଧାନୀରେ ବିଭତ୍ସ ହତ୍ୟା । ଘରେ ପଶି ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା। ସ୍ବାମୀ, ସ୍ତ୍ରୀ ଓ ଝିଅକୁ ହତ୍ୟା କଲା ଦୁର୍ବୁତ୍ତ । ତେବେ ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ଏହି ଘଟଣା ଘଟିଛି। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ଅନୁସାରେ, ଦିଲ୍ଲୀର ସରାୟ ଅଞ୍ଚଳରେ ହରିୟାଣାର ଏହି ପରିବାର ରହୁଥିଲେ । ଆଜି ଭୋର ୩ ଟାରୁ  ପରିବାରର ୩ଜଣଙ୍କୁ ହତ୍‌ୟା କରାଯାଇଛି ।  ମୃତକମାନେ ହେଲେ ସ୍ୱାମୀ ରାଜେଶ, ପତ୍ନୀ କୋମଲ ଏବଂ ଝିଅ କବିତା ।  ରାଜେଶଙ୍କ ପୁଅ ସକାଳ ୫ଟାରେ ୱାର୍କ କରିବା ପାଇଁ ଯାଇଥିବା ବେଳେ  ସେ ଘରକୁ ଫେରିବା ପରେ ସେ ପରିବାରର ସମସ୍ତଙ୍କର ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ସେ ପ୍ରଥମେ ପୋଲିସକୁ ଖବର ଦେଇଥିଲେ  ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ମୃତକମାନଙ୍କୁ ବ୍ୟବଚ୍ଛେଦ ପାଇଁହସ୍ପିଟାଲରେ ଭର୍ତ୍ତି କରିଛି । କେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ଏନେଇ କୌଣସି ସଷ୍ଟ ସୂଚନା ମିଳିନି । ପୋଲିସ ଘଟଣାସ୍ଥଳରେ ପଚରାଉଚରା ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ୩ ମୃତଦେହର ବେକରୁ ଧାରୁଅ ଅସ୍ତ୍ରର ଚିହ୍ନ ରହିଛି। ଏଥିସହ ଘରର କୌଣସି ଜିନିଷ ଭଙ୍ଗାରୁଜା ହୋଇ ନଥିବା ବେଳେ ଚୋରି ହୋଇଥିବା ନେଇ ମଧ୍ୟ କୌଣସି ସୂଚନା ମିଳିନି । ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.