ଭୁବନେଶ୍ଵର, ୨୨/୦୧ : ବୁଧବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦିନ ୧୧ଟାରେ କ୍ୟାବିନେଟ ବୈଠକ ବସିବ। ପ୍ରାୟ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିପାରେ ବୋଲି ସୂଚନା ମିଳିଛି।
ଏହି ଖବରଟିକୁ ପଢନ୍ତୁ-ଫେବ୍ରୁଆରୀ ୧୩ରୁ ବିଧାନସଭା, ୧୭ରେ ବଜେଟ ଉପସ୍ଥାପନ କରିବେ ମୋହନ ସରକାର
ସୂଚନାନୁଯାୟୀ, ପଞ୍ଚାୟତିରାଜ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ନିର୍ମାଣ ବିଭାଗ, ସଂସଦୀୟ ବ୍ୟାପାର ବିଭାଗର ବିଭିନ୍ନ ପ୍ରସ୍ତାବ ରହିଛି। ପଞ୍ଚାୟତ ବିଭାଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିବା ସୂଚନା ମିଳିଛି। ପିଏମ ଆବାସ ସର୍ଭେ ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି।