ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ

ସମ୍ୱଲପୁର,୧୦/୧୦: ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଆକଟାପାଲି ଜଙ୍ଗଲରେ ଏନକାଉଣ୍ଟର କରିଛି ବୁର୍ଲା ପୋଲିସ । ଅଭିଯୁକ୍ତର ପାଲଟା ଟାଙ୍ଗିଆ ଆକ୍ରମଣରେ ବୁର୍ଲା ଏସଆଇ ଦେବାଶିଷ ଖିଲାର ଆହତ ହୋଇଛନ୍ତି । ସମ୍ୱଲପୁର ଜିଲ୍ଲା ଆକଟାପାଲି ଜଙ୍ଗଲରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲ ପ୍ରଧାନକୁ ଗୁରୁବାର ଏନକାଉଣ୍ଟର କରାଯାଇଥିଲା । ତେବେ ଏହି ଏନକାଉଣ୍ଟର କରିବା ସମୟରେ ଅଭିଯୁକ୍ତର ପାଲଟା ଟାଙ୍ଗିଆ ଆକ୍ରମଣରେ ବୁର୍ଲା ଏସଆଇ ଦେବାଶିଷ ଖିଲାର ଆହତ ହୋଇଥିଲେ । ଏହି ଏନକାଉଣ୍ଟରରେ ଅଭିଯୁକ୍ତର ଶରୀରରେ ଏକ ଗୋଟିଏ ଗୁଳି ବାଜିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ବୁର୍ଲା ଥାନା ଝରାପାଲିରେ ସ୍ବାମୀ-ସ୍ତ୍ରୀ ଝଗଡା ସମାଧାନ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ କନଷ୍ଚେବଲ ସରୋଜ ଭୋଇ । ଏହି ଆକ୍ରମଣରେ କନଷ୍ଚେବଲଙ୍କ ଡାହାଣ ହାତ ପାପୁଲିର ୩ଟି ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଭଳି ଘଟଣା ଘଟାଇ ଅଭିଯୁକ୍ତ କମଲ ପ୍ରଧାନ ଫେରାର ହୋଇଥିଲା । ଅଭିଯୁକ୍ତକୁ ଖୋଜୁଥିଲା ପୋଲିସ । ତେବେ ଗୁରୁବାର ଉକ୍ତ ଅଭିଯୁକ୍ତ ଧରାପଡ଼ିଥିଲା । ପୋଲିସକୁ ଦେଖି ସେ ଆକ୍ରକମଣ କରିଥିଲା । ତେଣୁ କମଲ ପ୍ରଧାନକୁ ଏନକାଉଣ୍ଟର କରାଯାଇଥିଲା । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.