ନୂଆଦିଲ୍ଲୀ,୦୧/୦୨: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟରେ ଶିକ୍ଷା ପାଇଁ ବଡ ଘୋଷଣା ହୋଇଛି । ମୋଟ୍ ୫୦,୬୫,୩୪୫ କୋଟି ବ୍ୟୟ ଅଟକଳ ହୋଇଛି । ସେଥିରୁ ଶିକ୍ଷା ବିଭାଗକୁ ୧,୨୮,୬୫୦ କୋଟି ବ୍ୟଯ ବରାଦ ହୋଇଛି । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହିତ ମେଡିକାଲ କଲେଜ ଓ ଆଇଆଇଟି ସିଟ୍ ବଢାଇବାକୁ ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଆଇ ଶିକ୍ଷା ପାଇଁ ୫୦୦କୋଟିର ସ୍ବତନ୍ତ୍ର ବ୍ୟୟବରାଦ ହୋଇଛି । ଏହା ସହିତ ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ ବୋଲି ଘୋଷଣା ହୋଇଛି ।
ବଜେଟ୍ ଉପସ୍ଥାପନ କରି ଶିକ୍ଷାକୁ ଗୁରୁତ୍ବ ଦିଆଯାଉଥିବା କହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିରେ ଅର୍ଥମନ୍ତ୍ରୀ । ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୧ ବର୍ଷ ମଧ୍ୟରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ । ଏହା ସହିତ ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫୦୦ କୋଟିର ସ୍ବତନ୍ତ୍ର ବ୍ୟୟବରାଦ ହୋଇଛି । ମେଡିକାଲ କଲେଜରେ ୧୦ ହଜାର ଅତିରିକ୍ତ ଆସନ ବଢିବ । ସମସ୍ତ ଜିଲ୍ଲାରେ ହସ୍ପିଟାଲରେ କ୍ୟାନ୍ସର କେୟାର ସେଣ୍ଟର ସ୍ଥାପନ ହେବ । ସରକାରୀ ସ୍କୁଲରେ ନୂଆ ନୂଆ ଆବିଷ୍କାର ପାଇଁ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ । ଭାରତୀୟ ଭାଷା ପୁସ୍ତକ ଯୋଜନା ଆରମ୍ଭ ହେବ ଯେଉଁଥିରେ ଭାରତୀୟ ଭାଷାରେ ଶିକ୍ଷା ଗ୍ରହଣ କରିବାକୁ ଅଧିକ ଗୁରୁତ୍ବ ଦିଆଯିବ ।
ଏହା ବି ପଢନ୍ତୁ...ବଜେଟ ପେଡିରେ ବିହାରକୁ ଅଜାଡି ପକାଇଲେ; ଗଠନ ହେବ ମଖାନା ବୋର୍ଡ, ବଢିବ ଆଇଆଇଟି ସିଟ୍
ଆଇଆଇଟି,ଆଇଆଇଏସସି ପାଇଁ ୧୦ ହଜାର ପିଏମ ରିସର୍ଚ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏଆଇରେ ୩ଟି କେନ୍ଦ୍ର ସ୍ଥାପନ କରାଯିବ । ଆଇଆଇଟି ପାଟନାର ବିସ୍ତାର କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ସରକାରୀ ସ୍କୁଲରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ ।