ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ବରର CIBIL ସ୍କୋର ଖରାପ ଥିଲା , ଝିଅର ପରିବାର ଲୋକ ବାହାଘର କରିବାକୁ ମନା କଲେ

Published By : Prameya | February 8, 2025 4:49 PM

ନୂଆଦିଲ୍ଲୀ : ଖରାପ CIBIL ସ୍କୋର ଥିଲେ ବ୍ୟାଙ୍କ ଦ୍ୱାରା ଲୋନ୍‌ ଦେବାକୁ ମନା କରିବା କଥା ତ ଆପଣ ଶୁଣି ଥିବେ, କିନ୍ତୁ ବାହାଘର କରିବାକୁ ମନା କରିବା ଘଟଣା ବୋଧହୁଏ ପ୍ରଥମ ଥର ଘଟିଛି। ମହାରାଷ୍ଟ୍ରର ମୁରତିଜାପୁରରେ ଏମିତି ଘଟଣା ଘଟିଛି। ଟାଇମ୍ସ ଅଫ୍‌ ଇଣ୍ଡିଆ ମୁତାବିକ , ଏହି ଘଟଣା ସେତେବେଳେ ସାମନାକୁ ଆସିଥିଲା, ଯେତେବେଳେ ବରର ପରିବାର ଓ କନ୍ୟାର ପରିବାର ମଧ୍ୟରେ ବାହାଘରକୁ ନେଇ କଥାବାର୍ତ୍ତା ଚାଲିଥିଲା। ଶେଷ ନିଷ୍ପତ୍ତିକୁ ନେଇ ସାକ୍ଷାତ୍‌ କାର୍ଯ୍ୟକ୍ରମ ଚାଲି ଥିଲା। ଉଭୟ ପରିବାର ପରସ୍ପର ସହ ଭେଟ ହୋଇ ବିବାହର ଅନ୍ୟ ସବୁ ବିଷୟରେ ଆଲୋଚନା କରିବାକୁ ସ୍ଥିର କରୁ ଥିଲେ। କିନ୍ତୁ ସେତେବେଳେ ଝିଅର ଦାଦା ବରର ସିଭିଲ୍‌ ସ୍କୋର ଚେକ୍‌ କରିବାକୁ କହିଲେ। 

ଝିଅର ଦାଦା ପ୍ୟାନ କାର୍ଡ ନମ୍ୱର ନେଇ ବରର ସିଭିଲ ସ୍କୋର ଚେକ୍‌ କଲେ। ଏହାପରେ ସେ ବାହାଘର କରାଇବାକୁ ମନା କରି ଦେଲେ। ରିପୋର୍ଟ ଅନୁସାରେ, ଝିଅର ପରିବାରକୁ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଛି କି, ବରର ନାଁରେ ଅନେକ ଋଣ ଚାଲୁ ଥିଲା। ସେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ସାରି ଥିଲେ। ଏହା ବ୍ୟତୀତ ତାଙ୍କର ସିଭିଲ ସ୍କୋର ମଧ୍ୟ ବହୁତ କମ୍ ଥିଲା। ଏକ କମ୍‌ ସିଭିଲ ସ୍କୋର ଏହା ସଙ୍କେତ ଦେଉଛି କି ବ୍ୟକ୍ତିଙ୍କର ଆର୍ଥିକ ଇତିହାସ ଦୁର୍ବଳ ରହିଛି। ସେ ଲୋନ୍‌ ଭରିବାରେ ଡିଫଲଟର ରହି ଥିଲେ।

ଏହାକୁ ନେଇ କନ୍ୟାର ଦାଦା କହିଥିଲେ କି, ବର ପୂର୍ବରୁ ଆର୍ଥିକ ସମସ୍ୟାରେ ରହିଛନ୍ତି ଏବଂ ସେ ନିଜର ପତ୍ନୀକୁ ଆର୍ଥିକ ସୁରକ୍ଷା ପ୍ରଦାନ କରି ପାରିବେ ନାହିଁ। ଏହାପରେ , କନ୍ୟାର ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଏହି ନିଷ୍ପତ୍ତିରେ ସହମତ ହୋଇ ଗଲେ ଏବଂ ବିବାହ ପ୍ରସ୍ତାବକୁ ରଦ୍ଦ କରି ଦେଲେ। 

ସିଭିଲ ସ୍କୋର ଏକ ତିନି ଅଙ୍କର ନମ୍ୱର , ଯାହା କୌଣସି ବ୍ୟକ୍ତିର କ୍ରେଡିଟ୍‌ ଇତିହାସର ସାରାଂଶ ପ୍ରସ୍ତୁତ କରିଥାଏ। ଏହା ୩୦୦ରୁ ୯୦୦ ଯାଏ ରହିଥାଏ। ଏକ ଉଚ୍ଚ ସିଭିଲ ସ୍କୋର ଏହା ଦର୍ଶାଉଛି କି, ବ୍ୟକ୍ତିଙ୍କର ଆର୍ଥିକ ଜୀବନ ଭଲ ଅଛି। କମ୍ ସ୍କୋର ତାର ବିପରୀତ ସଙ୍କେତ କରିଥାଏ । ସିଭିଲ ସ୍କୋର ବ୍ୟବହାର ଏହା ସ୍ଥିର କରିବା ପାଇଁ କରାଯାଏ କି ବ୍ୟକ୍ତିର କ୍ରେଡିଟ୍‌ ଇତିହାସ କିପରି। ସେ ଋଣ ସଠିକ୍‌ ସମୟରେ ଭରିବାରେ ସକ୍ଷମ କି ନୁହେଁ , ଏହା ଜାଣି ହୁଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.