ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ମଣ୍ଡି ଖୋଲିବାରେ ବିଳମ୍ବ, ଆନ୍ଧ୍ର ବେପାରୀଙ୍କ କବ୍‌ଜାରେ ବାଦାମ ଚାଷୀ

କାଲିମେଳା,୨୯/୦୫ : ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଲିନି ବାଦାମ ମଣ୍ଡି। ଏହାର ସୁଯୋଗ ନେଉଛନ୍ତି ଆନ୍ଧ୍ର ବେପାରୀ। ମଣ୍ଡି ଖୋଲିବା ପୂର୍ବରୁ ବେପାରୀଙ୍କ କବ୍‌ଜାରେ ରହିଛନ୍ତି ଚାଷୀ। ସରକାର ଏଫଏକ୍ୟୁ ମାନର ବାଦାମ କୁଇଣ୍ଟାଲ ପ୍ରତି ୬ହଜାର ୩୭୭ଟଙ୍କା ଧାର୍ଯ୍ୟ କରିଥିବା ବେଳେ ବେପାରୀମାନେ ଚାଷୀଙ୍କ ପାଖରୁ ୫ହଜାରରୁ ୫୩୦୦ ଟଙ୍କାରେ କିଣି ନେଉଛନ୍ତି । ଗୋଟିଏ କୁଇଣ୍ଟାଲରେ ୧ହଜାରରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। 

ଚାଷୀଙ୍କ କହିବା ପ୍ରକାରେ, ଚଳିତ ରବିଋତୁରେ ପ୍ରାୟ ୮୦% ଚାଷୀ ସେମାନଙ୍କ ବାଦାମ ବେପାରୀଙ୍କୁ ଦେଇଦେଲେଣି । ହେଲେ ଆଜିପର୍ଯ୍ୟନ୍ତ ମଣ୍ଡିର ଦେଖା ମିଳିନାହିଁ । ଅଭାବୀ ବିକ୍ରିର ଶିକାର ହେବା ପରେ ଏବେ ମଣ୍ଡି ଖୋଲିବା ନେଇ ବିଭାଗୀୟ କର୍ମଚାରୀମାନେ ଗାଁ ଗାଁରେ ପ୍ରଚାରପତ୍ର ଫିଙ୍ଗିଦେଇ ଚାଲିଯାଇଛନ୍ତି । କାଲିମେଳା ଏବଂ ପଡିଆରେ ଆସନ୍ତାକାଲି ଆର୍ଥାତ ୨୯ ତାରିଖରେ ବାଦାମ ଓ ମୁଗ ମଣ୍ଡି ଖୋଲାଯିବା ପାଇଁ ମାଇକ୍‌ ପ୍ରଚାର ଚାଲିଛି । କରଜ କରି ସପରିବାର ଜମିରେ ଅକ୍ଲାନ୍ତ ପରିଶ୍ରମ କରି ବାଦାମ ଅମଳ କରିଛନ୍ତି । ହେଲେ ଠିକ୍‌ ସମୟରେ ମଣ୍ଡି ଖୋଲାଯାଇ ନଥିବାରୁ ବାଧ୍ୟହୋଇ ଆନ୍ଧ୍ର ବେପାରୀଙ୍କୁ କମ ଦାମରେ ବିକ୍ରି କରିବାକୁ ପଡୁଥିବା ଚାଷୀମାନେ କ୍ଷୋଭର ସହ କହିଛନ୍ତି । ଏକର ପ୍ରତି ୩୨ରୁ ୩୩ହଜାର ଟଙ୍କା ଖର୍ଚ୍ଚ ହେଉଛି । ଗୋଟିଏ ଏକରରେ ୧୦ରୁ ୧୨ କୁଇଣ୍ଟାଲ ଉତ୍ପାଦନ ହେଉଛି । ଧାନ ମଣ୍ଡି ପାଇଁ ପୂର୍ବରୁ ଯେପରି ଘୋଷଣା ହେଉଛି ବାଦାମ ପାଇଁ ସେଭଳି ଦିନଧାର୍ଯ୍ୟ କରାଗଲେ ଚାଷୀମାନେ ମଣ୍ଡିରେ ବିକ୍ରି କରି ଉପକୃତ ହୋଇପାରନ୍ତେ । ଦୁଇ ପଇସା ଲାଭ ପାଇପାରନ୍ତେ । 

ଅନ୍ୟପକ୍ଷେ ଅମଳ ହେବା ପରେ ଫସଲକୁ କେଉଁଠି ରଖାଯିବ ତାହା ବି ଚିନ୍ତାର ବିଷୟ । ମଣ୍ଡି ଖୋଲିବ କି ନାହିଁ ଭରସା ନାହିଁ । ବର୍ଷା ହେଲେ ବାଦାମ ଖରାପ ହୋଇଯିବ । ଯାହା ବ୍ୟୟ ହୋଇଥିବା ତାହା ବି ମିଳିବ ନାହିଁ ବୋଲି ଚାଷୀ କହିଛନ୍ତି । ତେଣୁ ବାଧ୍ୟହୋଇ ବେପାରୀମାନେ ଯାହା ଦାମ ଦେଲେ ବି ବିକ୍ରି କରିବାକୁ ପଡ଼ୁଛି । ଏଥିସହ ଗରିବ ଲୋକେ ଚାଷ ପୂର୍ବରୁ ବେପାରୀମାନଙ୍କ ପାଖରୁ ବକେୟାରେ ବିହନ, ସାର ନେଇ ଚାଷ କରୁଛନ୍ତି । ଅମଳ ପରେ ସେମାନଙ୍କୁ ଦେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଏଥିସହ ଜମିରେ ଠିକରେ ପାଣି ନପାଇଲେ କିମ୍ବା ଅସମୟରେ ବର୍ଷା ହୋଇଗଲେ ବାଦାମ ଖରାପ ହୋଇଯାଉଛି । ଏଭଳି ସ୍ଥିତିରେ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ୁଛି । ଋଣ ବୋଝ ସବୁବେଳେ ଚାଷୀ ଉପରେ ରହୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ଉଭୟ କାଲିମେଳା ଓ ପଡିଆ ବ୍ଲକର ବାଦାମ ଚାଷୀ କହିଛନ୍ତି । କାଲିମେଳା ଓ ପଡ଼ିଆ ଅଞ୍ଚଳର ବାଦାମ ଚାଷ ସମ୍ପର୍କରେ କୃଷି ଅଧିକାରୀ କହିଛନ୍ତି, ପଡିଆ ବ୍ଲକରେ ମୋଟ ୩୦୭ ହେକ୍ଟର ଜମିରେ ବାଦାମ ଓ ୨୫୦ ହେକ୍ଟରରେ ମୁଗ ଚାଷ ହୋଇଛି । ସରକାରୀ ଡେମୋ ପାଇଁ ୭୦ ହେକ୍ଟର ଜମିରେ ଚାଷୀଙ୍କୁ ବିହନ ଓ ସାର ପ୍ରଦାନ କରାଯାଇଛି । 

ସେହିପରି କାଲିମେଳା ବ୍ଲକରେ ପ୍ରାୟ ୧୧ ହଜାର ହେକ୍ଟର ଜମିରେ ବାଦାମ କରାଯାଇଥିବା ବେଳେ ୩୫୮ ହେକ୍ଟରରେ ଡେମୋ ପାଇଁ ବିହନ ବଣ୍ଟନ କରାଯାଇଛି । ୪ହଜାର ହେକ୍ଟର ଜମିରେ ମୁଗ ଚାଷ କରାଯାଇଛି । ଡେମୋ ପାଇଁ ୭ଶହ ହେକ୍ଟରରେ ବିହନ ଓ ସାର ପ୍ରଦାନ ହୋଇଥିବା ବିଭାଗ କହିଛି । ଅନ୍ୟପକ୍ଷେ ଚାଷୀମାନେ କହିଛନ୍ତି, ଯଦି ଏତେ ପରିମାଣରେ ବାଦାମ ଓ ମୁଗ ଚାଷ କରାଯାଉଛି ସରକାର ପକ୍ଷରୁ କାହିଁକି ଠିକ ସମୟରେ ମଣ୍ଡି ଖୋଲାଯାଉ ନାହିଁ । ଆସନ୍ତାକାଲି ମଣ୍ଡି ଖୋଲିବାକୁ ଏବେ ଘୋଷଣା ହେଉଛି । କିନ୍ତୁ ଅଞ୍ଚଳର ୮୦% ଚାଷୀ ବେପାରୀଙ୍କୁ ବାଦାମ ବିକ୍ରି କରିସାରିଲେଣି । ଆଗାମୀଦିନରେ ରବି ଫସଲ ପାଇଁ ଇଚ୍ଛୁକ ଚାଷୀଙ୍କ ପ୍ରତି ଧ୍ୟାନ ଦେବା ସହ ଠିକ୍‌ ସମୟରେ ମଣ୍ଡି ଖୋଲିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.