ନୂଆଦିଲ୍ଲୀ,୧୧।୧୧: କର୍ଣ୍ଣାଟକର ମନ୍ତ୍ରୀ ଜମିର ଅହମ୍ମଦଙ୍କ ମନ୍ତବ୍ୟକୁ ନେଇ ବିବାଦ। ସେ କେନ୍ଦ୍ର ଭାରି ଉଦ୍ୟୋଗ ମନ୍ତ୍ରୀଙ୍କୁ ‘କାଳିଆ କୁମାରସ୍ବାମୀ’ କହିବା ପରେ ଏବେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। କଂଗ୍ରେସ ଉପରେ ବର୍ଣ୍ଣବୈଷମ୍ୟବାଦ ମନ୍ତବ୍ୟ ଅଭିଯୋଗ କରାଯାଇଛି। ବିଜେପି କହିଛି, ଏଭଳି କରି କଂଗ୍ରେସ ଘୃଣା ସୃଷ୍ଟି କରୁଛି। ବିଜେପିର ବହୁ ବଡ଼ ନେତା ମାମଲାକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଏଥିରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଓ ବିଜେପି ମୁଖପାତ୍ର ଶହଜାଦ ପୁନାଓ୍ବାଲାଙ୍କ ନାଁ ମଧ୍ୟ ରହିଛି।
କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ବର୍ଣ୍ଣବୈଷମ୍ୟବାଦ ମନ୍ତବ୍ୟ। କଂଗ୍ରେସର ମନ୍ତ୍ରୀ ଜମିର ଅହମ୍ମଦଙ୍କ ଦ୍ବାରା କେନ୍ଦ୍ରମନ୍ତ୍ରୀ ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ‘କାଳିଆ କୁମାରସ୍ବାମୀ’ କହିବା ନେଇ କଡ଼ା ନିନ୍ଦା କରୁଛି। ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା ମଧ୍ୟ ପୂର୍ବରୁ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟ, ଉତ୍ତର ପୂର୍ବର ଲୋକଙ୍କୁ ଚୀନ୍ ଏବଂ ଉତ୍ତର ଭାରତୀୟ ଆରବୀୟ ଲୋକଙ୍କ ଭଳି ଦେଖା ଯାଆନ୍ତି ବୋଲି କହିଥିଲେ।’
ସେଭଳି ବିଜେପି ମୁଖପାତ୍ର ଶହଜାଦ ପୁନାଓ୍ବାଲା କହିଛନ୍ତି, କଂଗ୍ରେସ ମନ୍ତ୍ରୀ ଜମିର ଅହମ୍ମଦ ଏଚଡି କୁମାରସ୍ବାମୀଙ୍କୁ କାଳିଆ କୁହନ୍ତି। ଏହା ଘୃଣା ସୃଷ୍ଟିକାରୀ ଦୋକାନ, ପୂର୍ବରୁ କଂଗ୍ରେସ ଜାତିଆଧାରରେ ବାଣ୍ଟିବାର ଚେଷ୍ଟା କରିଛି ଓ ଏବେ ସାମ ପିଟ୍ରୋଡାଙ୍କୁ ଜାତିଗତ ଆଧାରରେ ବାଣ୍ଟୁଛି। ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟ କହିବା ପାଇଁ ସାମ୍ ପିଟ୍ରୋଡାଙ୍କୁ ପ୍ରମୋଶନ୍ ମିଳିଛି। ଏବେ ରାହୁଲ ଗାନ୍ଧୀ ଜମିରଙ୍କୁ ମଧ୍ୟ ପ୍ରମୋଟ କରିବେ ?