ବାଙ୍ଗିରିପୋଷି,୨୦/୫: ମୟୁରଭଞ୍ଜ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ବିଜେପିର ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା। ବିଜେପିର ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ବାଙ୍ଗିରିପୋଷି ବିଧାନସଭା ପ୍ରାର୍ଥୀ ସଞ୍ଜଳୀ ମୁର୍ମୁ, ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ, ବିଜେପି ବରିଷ୍ଠ ନେତା ପ୍ରବିଣ ଭଞ୍ଜଦେଓ,ସୁଗୁଦା ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଶତାଧିକ ମୁଣ୍ଡାରୀ ଲୋକ ବିଜେପି ରେ ଯୋଗ ଦେଇଥିଲେ। ଏହା ସହ ମୁଣ୍ଡାରୀ ନେତା ତଥା ବାଉଁବିଲା ସରପଞ୍ଚ ଲମ୍ବୋଧର ସଂଘ ବିଜେପି ରେ ଯୋଗ ଦେଇଥିଲେ। ବିଜେପି ସଂକଳ୍ପ ସମାବେଶ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡା ଯୋଗ ଦେବାକୁ ଥିବା ବେଳେ ତାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ମାନେ ନିଜ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ ।