ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ପଦୋନ୍ନତି ନାଁରେ ୧୭ ଲକ୍ଷ ନେଇଗଲେ ବିଜେଡି ନେତା, ଟାଉନ ଥାନାରେ ଫେରାଦ ହେଲେ ଡାକ୍ତର

ରାଇରଙ୍ଗପୁର ସିଟି, ୦୯/୦୬: ଚାକିରିରେ ପଦୋନ୍ନତି ନାଁରେ  ଡାକ୍ତରଙ୍କଠାରୁ ଦୁଇଟି କିସ୍ତିରେ ୧୭  ଲକ୍ଷ ନେଇଗଲେ ଜଣେ ବିଜେଡି ନେତା। ଟଙ୍କା ନେବା ପରେ ଏବେ ଧରାଛୁଆଁ ଦେଉନାହାନ୍ତି । ଟଙ୍କା ମାଗିଲେ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ଠକାମୀରେ ଶିକାର ହୋଇଥିବା ଡାକ୍ତର ସାଗରଚନ୍ଦ୍ର ନାଏକ ଶେଷରେ ରାଇରଙ୍ଗପୁର ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି । ଅଭିଯୋଗ ପରେ ରାଇରଙ୍ଗପୁର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।  

ସୂଚନା ଥାଉକି, କରଞ୍ଜିଆ ଥାନା ବଡ଼ଗାଁର ଡାକ୍ତର ସାଗର ଚନ୍ଦ୍ର ନାଏକ ୨୦୧୮ ମସିହାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ । ସେହି ସମୟରେ ତାଙ୍କ ସହ ବିଜେଡିର ବରିଷ୍ଠ ନେତା ରତିକାନ୍ତ ପରୀକ୍ଷାଙ୍କ ଦେଖା ସାକ୍ଷାତ ହୋଇଥିଲା। ପରେ ଉଭୟଙ୍କ ଭିତରେ ସମ୍ପର୍କ ଗଢ଼ି  ଉଠିଥିଲା । ଏହାର ସୁଯୋଗ ନେଇ ବିଜେଡି ନେତା ତାଙ୍କୁ ଏସ୍‌ଡିଏମ୍‌ଓ କରାଇ ଦେବାକୁ କହିଥିଲେ । ଏଥିପାଇଁ ସେ ୨୦ ଲକ୍ଷ ଟଙ୍କା ମାଗିଥିଲେ ।  

ଡାକ୍ତର ନାଏକ ପଦୋନ୍ନତି ଲୋଭରେ ତାଙ୍କୁ ଦୁଇଟି କିସ୍ତିରେ ୧୦ ଲକ୍ଷ  ଓ ୭ ଲକ୍ଷ ନଗଦ ଟଙ୍କା ଦେଇଥିଲେ । ଟଙ୍କା ନେବାକୁ ଦୀର୍ଘ ଦିନ ବିତି ଗଲାଣି ହେଲେ ତାଙ୍କର ପଦୋନ୍ନତି ଘଟିନଥିଲା । ଏପରିକି ବିଜେଡି ନେତା ରତିକାନ୍ତ ପରୀକ୍ଷା ତାଙ୍କୁ ଧରାଛୁଆଁ ଦେଇନଥିଲେ ।  ସେ ନେଇଥିବା ଟଙ୍କା ଫେରାଉ ନାହାଁନ୍ତି । ଟଙ୍କା ମାଗିଲେ ବିଜେଡି ନେତା ରତିକାନ୍ତ ଧମକ ଦେଉଥିଲେ ଡାକ୍ତର ନାଏକ  କହିଛନ୍ତି ।  

ଶେଷରେ ନିରୁପାୟ ହୋଇ ଶୁକ୍ରବାର ରାଇରଙ୍ଗପୁର ଟାଉନ ଥାନା ଆଇଆଇସି  ସୁଚେନ୍ଦ୍ର ମହାଳିକଙ୍କୁ ଲିଖିତ ଅଭିଯୋଗ  ପ୍ରଦାନ କରିଥିଲେ। ଡାକ୍ତରଙ୍କ ଅଭିଯୋଗ  କ୍ରମେ ପୁଲିସ୍‌ ୨୯୨/୨୪ରେ ମାମଲା  ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନାଥାଉକି ରତିକାନ୍ତ ବିଭିନ୍ନ ସମୟରେ  ବିଜେଡିର ତୁଙ୍ଗ ନେତାଙ୍କ ସହ ଦେଖିବାକୁ  ମିଳୁଥିଲେ । ସେ ବିଜୁ ସେତୁ ଯୋଜନାର  ରାଜ୍ୟ ଉପଦ୍ଦେଷ୍ଟା କମିଟିର ସଦସ୍ୟ  ରହିଛନ୍ତି । ତେବେ ଠକେଇ ଅଭିଯୋଗ  ନେଇ ବିଜେଡି ନେତା ରତିକାନ୍ତ  ପରୀକ୍ଷାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.