ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କରଞ୍ଜିଆ ବନଖଣ୍ଡରେ ୨୭ଟିକିଆ ଝାଡ଼ଖଣ୍ଡି ହାତୀପୋଲ, ଲୋକେ ଆତଙ୍କିତ

କରଞ୍ଜିଆ, ୭।୬: ଚମ୍ପୁଆ ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡକୁ ପ୍ରବେଶ କଲେ ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ । ଗତକାଲି ବିଳମ୍ବିତ ରାତିରେ ଏହି ୨୭ ଟିକିଆ ହାତୀପଲ ବୈତରଣୀ ନଦୀ ପାର୍ ହୋଇ ବର୍ତ୍ତମାନ କରଞ୍ଜିଆ ବନଖଣ୍ଡର ହଳଦିଆ ଗ୍ରାମ ଜଙ୍ଗଲରେ ଡେରା ପକାଇଥିବା ସୂଚନା ମିଳିଛି । ହାତୀ ଆସିବା ଫଳରେ ଆଖପାଖ ୧୫ଟି ଗ୍ରାମରେ ଆତଙ୍କ ଖେଳିଯାଇଛି । 

ତେବେ ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖିବା ସହିତ ଗ୍ରାମବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରିବା ସହ ଜଙ୍ଗଲକୁ ନ ଯିବା ପାଇଁ ଅବଗତ କରାଇଛି ଓ ହାତୀ ଦେଖିଲେ ତୁରନ୍ତ ବନବିଭାଗକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି । ତେବେ ବର୍ତ୍ତମାନ ହାତୀମାନେ ହଳଦିଆ ଗ୍ରାମ ଜଙ୍ଗଲରେ ଡେରା ପକାଇଥିବା ବନବିଭାଗ ସୂଚନା ଦେଇଛି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.