ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ଭୁଶୁଡିଥିବା ଟନେଲ ଅଞ୍ଚଳ ପରିଦର୍ଶନ କରି ଅଧିକାରୀଙ୍କ ସହ ଆଲୋଚନା କଲା ବିଜେଡି ପ୍ରତିନିଧି ଦଳ…

Published By : Ladu Kishor | May 27, 2025 9:39 PM

ହରଭଙ୍ଗା ୨୭/୫ ଓଡ଼ିଶାର ସର୍ବାଧିକ ଲମ୍ବା ଟନେଲ ସଫଳତାର ସହ ଉଦଘାଟିତ ହୋଇଥିବା ନେଇ କିଛିଦିନ ତଳେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଏକ୍ସ ହାଣ୍ଡେଲରେ ସୂଚନା ଦେଇଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବୌଦ୍ଧ ଆସି ସୂଚନା ଦେଇଥିଲେ l ଯଦିଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ମାଗଣା ଜମି ସହ ପ୍ରକଳ୍ପର ୫୦ ପ୍ରତିଶତ ଅର୍ଥ ରାଜ୍ୟପାଣ୍ଠିରୁ ବହନ କରିବାର ପ୍ରତିଶୃତି ପରେ ନାଲିଫିତା ତଳେ ଥିବା ଖୁର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇଥିଲା l ଆଜି ସରକାର ପରିବର୍ତ୍ତନ ପରେ କାର୍ଯ୍ୟରେ ମାତ୍ରାଧିକ ପିସି ଏବଂ ନିମ୍ନ ମାନର କାମ ଯୋଗୁଁ ଏଭଳି ଐତିହାସିକ ଟନେଲ ବିଭିନ୍ନ ଜାଗାରେ ଭୁଶୁଡିବା ଆରମ୍ଭ କରିଛି l ଉକ୍ତ ଅଞ୍ଚଳଦେଈ ଲୋକେ ଚାଷକାର୍ଯ୍ୟ ପଶୁ ଚାରଣ ପାଇଁ ଯାଆନ୍ତି ଏଣୁ ଅଞ୍ଚଳ ବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ବୋଲି ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତାଦଳର ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଶ୍ରୀଯୁକ୍ତ ଅବକାଶ ସାହୁ ସୀତାଂଶୁ ମହାଙ୍କୁଡ ଗରୁଡ଼ ପ୍ରଧାନ ବାସୁଦେବ ଦେହୁରୀ ଅଧିଵକ୍ତା ପୂର୍ଣ୍ଣଚନ୍ଦ୍ର ଦାସ ଆନିକେତ ଦାନୀ ରବୀନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଯାଇଥିବା ତଥ୍ୟାନୁସନ୍ଧାନ କାରୀ ଦଳ ପ୍ରକାଶ କରିଛନ୍ତି l ସବୁଠାରୁ ବଡ଼କଥା ହେଉଛି ଶ୍ରମିକଙ୍କ ରେଜିଷ୍ଟରରେ କୌଣସି ତାଳମେଳ ରହୁନଥିବା ଏବଂ ଟନେଲ ମଧ୍ୟରେ ଶ୍ରମିକ କାମ କରୁଥିବା କଥାକୁ ଠିକାସଂସ୍ଥା କର୍ତୃପକ୍ଷ ସ୍ୱୀକାର କରୁଥିବା ବେଳେ ୪୦ ଫୁଟ ତଳକୁ ମାଟି ଖସିଥିବାରୁ ମାଟି ନଉଠିବା ପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା କହିବା ଅସମ୍ଭବ l ପ୍ରକଳ୍ପ ଧସିଥିବା ସ୍ଥାନରୁ ୨୦୦ମିଟର ଦୂରରେ ଏକ ବୃହତ ପୋଖରୀ ଥିବାବେଳେ ଏକ ସାଧାରଣ ଚାଷଜମି ତଳେ କିଭଳି ଟନେଲ ଖୋଲିବାକୁ ରେଳବାଇ ବିଭାଗ ନିଷ୍ପତ୍ତି ନେଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟlନ୍ବିତ କରିଛି l ଏଣୁ ଉପରୋକ୍ତ ଘଟଣାର ସର୍ବଦଳୀୟ କମିଟି କରି ଅନୁସନ୍ଧାନ କରିବାକୁ ବିଜୁ ଜନତାଦଳ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବି କରିଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.