ପ୍ରମୂଖ ଖବର
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଭାରସାମ୍ୟ ହରାଇ ଗଛକୁ ପଟିଲା କାର୍, ଡ୍ରାଇଭର୍ ଆହତ

Published By : Rasmita Pradhan | May 28, 2025 2:46 PM

କଣିହାଁ, ୨୮।୫ : ଭାରସାମ୍ୟ ହରାଇ ଚାକୁଣ୍ଡା ଗଛକୁ ପିଟିଲା କାର୍। ଡ୍ରାଇଭର୍ ଆହତ। ଅନୁଗୁଳ ଜିଲ୍ଲା କଣିହାଁ କଲେଜ ଛକ ଆମ୍ଵେଦକର ସ୍ମୃତି ପୀଠ ନିକଟରେ ଏହି ଦୁର୍ଘଟଣା ଘଟିଛି। 

ସୂଚନାନୁଯାୟୀ, ଏନଟିପିସି ଥାନା ଅନ୍ତର୍ଗତ ଗଦଶିଳା ଗ୍ରାମର ସଞ୍ଜୀବ ନାଏକ(୪୩ ବର୍ଷ) ବୁଧବାର ସାଢେ ୧୨ଟା ବେଳେ କଣିହାଁ ଖୋଲାମୁହଁ କୋଇଲା ଖଣି ଟାଇମ୍ ଅଫିସ ଅଭିମୁଖେ ଯାଉଥିଲେ। ଏତିକି ବେଳେ ଆମ୍ଵେଦକର ସ୍ମୃତି ପୀଠ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ଚାକୁଣ୍ଡା ଗଛରେ ଧକ୍କା ହୋଇଥିଲା। ଫଳରେ କାର୍‌ର ଆଗପଟ ଚେପା ହୋଇଯାଇଥିଲା। ଏଥିରେ ସଞ୍ଜୀବ ନାଏକ ସାମାନ୍ୟ ଆହତ ହୋଇଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.