ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ବଡ଼ ଖୁଲାସା , ୱାଣ୍ଟେଡ୍‌ ଅଭିଯୁକ୍ତ କିଏ କହିଲା ପୋଲିସ

Published By : Prameya | October 26, 2024 10:55 PM

ନୂଆଦିଲ୍ଲୀ –ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକି ହତ୍ୟାକାଣ୍ଡରେ ବଡ଼ ଖୁଲାସା ହୋଇଛି। ଏହି ହତ୍ୟା ମାମଲାରେ ମୁମ୍ୱାଇ କ୍ରାଇମ୍‌ବ୍ରାଞ୍ଚ ଅନମୋଲ ବିଷ୍ଣୋଇକୁ ୱାଣ୍ଟେଡ୍‌ ଅଭିଯୁକ୍ତ ଭାବେ ଦର୍ଶାଇଛି। ମୁମ୍ୱାଇ ପୋଲିସ ଯାଞ୍ଚ ବେଳେ ୩୨ ବର୍ଷିୟ ସୁଜିତ ସିଂହକୁ ଗିରଫ କରିଛି। ପୋଲିସ୍ ମୁତାବିକ, ଅଭିଯୁକ୍ତ ସୁଜିତ ସିଂହ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇର ଯୋଗାଯୋଗରେ ଥିଲା।

ପୋଲିସ ଅଧିକାରୀଙ୍କ ଅନୁସାରେ , ଦୁହେଁ କଥାବାର୍ତ୍ତା କରିବା ପାଇଁ ଅଲଗା ଅଲଗା ଆପ୍ସର ବ୍ୟବହାର କରୁଥିଲେ। ପୁଲିସକୁ ସେହି ଅଲଗା ଅଲଗା ଆପ୍ସରେ କରାଯାଇ ଥିବା ଅନେକ ଫେକ୍‌ ଆକାଉଣ୍ଟସର ମଧ୍ୟ ସୂଚନା ମିଳିଛି। ମୁମ୍ୱାଇ କ୍ରାଇମ୍‌ ବ୍ରାଞ୍ଚକୁ ଯାଞ୍ଚ ବେଳେ ଜଣାପଡ଼ିଛି କି ସୁଜିତ ସିଂହକୁ ବାବା ସିଦ୍ଦିକିଙ୍କର ହତ୍ୟାର ଷଡ଼ଯନ୍ତ୍ରର ପୂରା ସୂଚନା ଥିଲା। ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର  ଭାଇ ଅନମୋଲ ବିଷ୍ଣୋଇର ସଂପର୍କରେ ଥିଲା। ସେ ଅନ୍ୟ ଅଭିଯୁକ୍ତଙ୍କୁ ଟଙ୍କା ଦେବା ଓ ହତିଆର ଦେବାରେ ସାମିଲ ଥିଲା।

ସୁଜିତ୍‌ ଘଟଣାର ଏକ ମାସ ପୂର୍ବରୁ ମୁମ୍ୱାଇରୁ ଫେରାର ହୋଇ ଯାଇ ଥିଲା । ପରେ ଲୁଧିୟାନାରେ ଯାଇ ଲୁଚି ଥିଲା। ଏଠାରେ ମୁମ୍ୱାଇ ଓ ପଞ୍ଜାବ ପୋଲିସର ମିଳିତ ଅପରେସନରେ ତାକୁ ଗିରଫ କରାଯାଇ ଥିଲା। କୋର୍ଟ ସୁଜିତକୁ ୪ ନଭେମ୍ୱର ଯାଏ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। 

ଆପଣଙ୍କୁ କହି ରଖୁଛୁ କି , ଶନିବାର ( ୨୬ ଅକ୍ଟୋବର) ପଞ୍ଜାବ ପୋଲିସର ମହାନିର୍ଦ୍ଦେଶକ ଗୌରବ ଯାଦବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ କହିଛନ୍ତି – ପଞ୍ଜାବ ପୋଲିସ ଓ ମୁମ୍ୱାଇ ପୋଲିସର ମିଳିତ ଅଭିଯାନରେ ସୁଜିତ ସୁଶୀଳ ସିଂହକୁ ଗିରଫ କରାଯାଇଛି । ଏହାପରେ ତାକୁ ମୁମ୍ୱାଇ ପୋଲିସକୁ ପ୍ରଦାନ କରାଯାଇଛି। ଗୌରବ ଯାଦବ କହିଛନ୍ତି, ମୁମ୍ୱାଇ ପୋଲିସ , ପଞ୍ଜାବ ପୁଲିସ ସହ ମିଳିତ ଅଭିଯାନ ଚଲାଇ ବାବା ସିଦ୍ଦିକିଙ୍କର ହତ୍ୟା ମାମଲାରେ ସଂପୃକ୍ତ ସୁଜିତ ସୁଶୀଳ ସିଂହକୁ ଗିରଫ କରାଯାଇଛି। ସେ ମୁମ୍ୱାଇର ବାସିନ୍ଦା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.