ପ୍ରମୂଖ ଖବର
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା

ଭୁବନେଶ୍ୱର,୦୩/୧୦: ଭରତପୁର  ଥାନାରେ ହଙ୍ଗାମା ମାମଲାରେ ଗୁରୁବାର ୫ ପୁଲିସ ଅଧିକାରୀଙ୍କ ମିଛଧରା  (ପଲିଗ୍ରାଫ୍‌) ପରୀକ୍ଷା ଆରମ୍ଭ ହେବ ।  ଗୁଜୁରାଟରେ ଥିବା କ୍ରାଇମ୍‌ବ୍ରାଞ୍ଚ ଦଳ ଏଥିସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର କାମ  ପ୍ରାୟତଃ ସରି ଆସିଲାଣି । ଏହି ପ୍ରକ୍ରିୟା ୨-୩  ଦିନ ଲାଗିପାରେ ବୋଲି ସୂଚନା ମିଳିଛି ।  

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ  ସୋମବାର ଓ ମଙ୍ଗଳବାର ୨ ଦିନ ଧରି  କାଗଜପତ୍ର କାମ ଚାଲିଥିଲା । ତଦନ୍ତକାରୀ  ଅଧିକାରୀ ନରେନ୍ଦ୍ର ବେହେରାଙ୍କ  ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚ ଗାନ୍ଧୀନଗରର  ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର  (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ଆବେଦନ  ସହ ସ୍ଥାନୀୟ ଅଦାଲତରୁ ଅନୁମତି  ମାଗିବା ପ୍ରକ୍ରିୟାରେ ବ୍ୟସ୍ତ ଥିଲେ । ବୁଧବାର ସରକାରୀ ଛୁଟି ଯୋଗୁ ଏହି ପ୍ରକ୍ରିୟା ବନ୍ଦ  ରହିଛି । ଗୁରୁବାର ସମସ୍ତ କାଜଗପତ୍ର  କାମ ସରିବା ପରେ ୫ଜଣ ପୁଲିସଙ୍କୁ  ପରୀକ୍ଷାଗାରକୁ ନିଆଯିବ । 

ନିଲମ୍ବିତ ଥାନା  ଅଧିକାରୀ ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ  ସମେତ ସବ୍‌ଇନ୍ସପେକ୍ଟର ବୈଶାଳିନୀ  ନାୟକ, ଏଏସ୍‌ଆଇ ସଳୀଳମୟୀ ସାହୁ, ଏଏସ୍‌ଆଇ ସାଗରିକା ନାଥ ଓ ଏସ୍‌ଆଇ  ପ୍ରଶାନ୍ତ ମହାରଣା ପଲିଗ୍ରାଫ ପରୀକ୍ଷାର ସାମ୍ନା  କରିବେ । ତା’ ପରଦିନ ଶ୍ରୀ ମିଶ୍ରଙ୍କ ଅନ୍ୟ  ୨ଟି ପରୀକ୍ଷା (ବ୍ରେନ୍‌ ମ୍ୟାପିଂ ଓ ନାର୍କୋ)  ହୋଇପାରେ । ସମସ୍ତ ପ୍ରକ୍ରିୟା ସରିବା ପରେ  କ୍ରାଇମ୍‌ବ୍ରାଞ୍ଚ ଦଳ ସହ ୫ ପୁଲିସ ଅଧିକାରୀ  ଆଗାମୀ ସପ୍ତାହରେ ଓଡି଼ଶା ଫେରିବେ ।  ଅନ୍ୟପଟେ ବିଚାର ବିଭାଗୀୟ ତଦନ୍ତ  ପ୍ରକ୍ରିୟା ଆରମ୍ଭ ପାଇଁ ଖୁବ୍‌ ଶୀଘ୍ର ସତ୍ୟପାଠ  ଆହ୍ୱାନ କରାଯିବ । ଏନେଇ ସରକାରଙ୍କ  ପକ୍ଷରୁ ଦିନେ କିମ୍ବା ୨ ଦିନ ଭିତରେ  ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶିତ ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.