ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୨୦୨୬ରେ ପଶ୍ଚିମବଙ୍ଗ ପାଳି, ଦିଲ୍ଲୀ ବିଜୟ ପରେ ଦିଦିଙ୍କୁ କିଏ ଦେଲେ ଚେତାବନୀ

Published By : Ankita S | February 9, 2025 9:55 AM

ନୂଆଦିଲ୍ଲୀ,୦୯/୦୨: ସରିଲା ବନବାସ ଫେରିଲା ବିଜେପି । ୨୭ ବର୍ଷ ପରେ ଆପକୁ ହରାଇ ଦିଲ୍ଲୀ ଗଡ ଦଖଲ କରିଛି ଭାରତୀୟ ଜନତା ପାର୍ଟି । କହି କହି ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜି ମାରିନେଲା ବିଜେପି । ଏ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ସହ ବିଜୟ ସେଲିବ୍ରେସନ କରିଛନ୍ତି । ଦିଲ୍ଲୀରେ ବିଜୟ ପରେ ଉତ୍ସାହିତ ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି । କହିଛନ୍ତି ଏଥର ପଶ୍ଚିମବଙ୍ଗ ପାଳି ।

ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ''ଦିଲ୍ଲୀର ବିଜୟ ଆମ ବିଜୟ । ଏହା ଐତିହାସିକ । ଦେଶ ପାଇଁ ମହତ୍ତ୍ବପୂର୍ଣ୍ଣ । ଭ୍ରଷ୍ଟାଚାର ଏବଂ ମିଥ୍ୟା ରାଜନୀତିର ଅନ୍ତର ଆରମ୍ଭ । ଆମ ଆଦମୀ ପାର୍ଟି ସରକାର ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ । ସେମାନଙ୍କ ସହ ଧୋକା କରିଛି । ଭ୍ରଷ୍ଟାଚାରରେ ଲିପ୍ତ ଥିଲା । ଯାହାର ଜବାବ ଦେଇଛନ୍ତି ଦିଲ୍ଲୀଜନତା ।  ୨୦୨୬ରେ ବଙ୍ଗଳା ପାଳି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ତୁମ ପାଳି ।''

ସେ ଆହୁରି କହିଛନ୍ତି, ''ଏଥର ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି । ଦିଲ୍ଲୀ ପରି ପଶ୍ଚିମବଙ୍ଗରେ ଭାଜପା ଲହର ଚାଲିବ । ତୃଣମୂଳ ସରକାର ଦ୍ବାରା ହୋଇଥିବା ଘୋଟାଲା ଓ ପୋଲିସକର୍ମୀଙ୍କ ଦୂରୁପଯୋଗକୁ ରୋକା ଯିବ । ପଶ୍ଚିମବଙ୍ଗ ଜନତା ପ୍ରସ୍ତୁତ ଅଛନ୍ତି । ୨୦୨୬ ନିର୍ବାଚନରେ ତୃଣମୂଳ କଂଗ୍ରେସ ସରକାର ଉପରେ ଭାରି ପଡିବ ବିଜେପି ।''

ଏହା ବି ପଢନ୍ତୁ...Delhi Elections 2025: କାହିଁକି ହାରିଲା ଆମ୍‌ ଆଦମୀ ପାର୍ଟି ? ପରାଜୟର କାରଣ କହିଲେ ଆନ୍ନା ହଜାରେ

କହି ରଖୁଛୁ କି, ଦିଲ୍ଲୀ ବିଧାନସଭା ୭୦ ଆସନରେ ଗତ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ଗତକାଲି (ଶନିବାର) ଫଳାଫଳ ପ୍ରକାଶ ପାଇଛି । ଲଗାତାର ଦୁଇ ପାଳି ଦିଲ୍ଲୀରେ ସରକାର ଗଢି ଆସୁଥିବା ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ ପାର୍ଟି (ଆପ୍) କୁ ଏଥର ଶକ୍ତ ଧକ୍କା ଲାଗିଛି । ମୋଦି ମ୍ୟାଜିକରେ ଝଡି ପଡିଛି ଝାଡୁ (ଆପ୍ ଚିହ୍ନ) । ବିପୁଳ ବିଜୟ ସହ ୨୭ ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଛି । ବିଜେପି ୪୮ ଆସନ କବଜା କରି ନେଇଛି । ଆପକୁ ୨୨ ଆସନ ମିଳିଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନାହିଁ । ଧିରେ ଧିରେ ଆଞ୍ଚଳିକ ଦଳକୁ ଚମକା ଦେଇ ବାଜି ମାରି ନେଉଛି ଭାରତୀୟ ଜନତା ପାର୍ଟି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.