ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ବେଲପଡ଼ାର ଶୁଷ୍କ ମାଟିରେ ସୁନା ଫସଲ, ଅଦିନରେ ତରଭୁଜ ଚାଷ କରି ଭାଗ୍ୟ ବଦଳାଇଲେ ଚାଷୀ

Published By : Prameya | October 28, 2024 2:14 PM

ବଲାଙ୍ଗିର, ୨୮/୧୦: ପୂରା ଶୁଷ୍କାଞ୍ଚଳ । ଏଠି ବର୍ଷତମାମ ମାଟି ଠାଏଠାଏ  କରେ । ଆବଶ୍ୟକ ଜଳସେଚନ ବ୍ୟବସ୍ଥା ବି ନାହିଁ । ପ୍ରକୃତି ଦାଉସାଧିଲା  ମାନେ ଚାଷୀ ସର୍ବସ୍ୱାନ୍ତ ହେବାସାର । ତେଣୁ ଚଷାପୁଅ ହେଲେ ବି ଚାଷ  କରି ଋଣବୋଝ ବୋହିବା ଅପେକ୍ଷା ଦାଦନ ଯିବାକୁ ଉଚିତ ମଣୁଥିଲା ।  ଯେଉଁମାନେ ଦାଦନ ଯାଉ ନ ଥିଲେ, କପା ବ୍ୟତୀତ ସେମାନେ ଅନ୍ୟ  କିଛି ଚାଷ କରିବା କଥା ଭାବି ପାରୁ ନ ଥିଲେ । କପା ପାଇଁ ବର୍ଷତମାମ ସେମାନଙ୍କୁ ବାନ୍ଧି ହେବାକୁ ପଡ଼ୁଥିଲା । ହେଲେ ଏବେ ସେହି ଦାଦନଗଡ଼ର  ଶୁଷ୍କ ମାଟିରେ ବିକଳ୍ପ ଚାଷ ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ସେଠାରେ  କେତେଜଣ ଚାଷୀ ବର୍ଷାଦିନିଆ ତରଭୁଜ ଚାଷ କରିଛନ୍ତି, ଯାହା ସେମାନଙ୍କ  ଭାଗ୍ୟ ବଦଳାଇ ଦେଇଛି । ମାତ୍ର ୭୦ଦିନ ଭିତରେ ଅମଳ କରି କୋଟିଏ ଟଙ୍କାର ତରଭୁଜ ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଇଛନ୍ତି ।  ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଏକଦା ଦାଦନ ପାଇଁ ପରିଚିତ ଥିଲା ।  ଏବେ ସେଠିକାର ଚାଷୀ ଦିଲ୍ଲୀରୁ ଛତିଶଗଡ଼ ଏବଂ ଉତ୍ତରପ୍ରଦେଶରୁ  ଝାଡ଼ଖଣ୍ଡ ପର୍ଯ୍ୟନ୍ତ ତରଭୁଜ ପଠାଇ ବିଭିନ୍ନ ବଜାରରେ ନିଜର ସ୍ଥିତି  ଜାହିର କରିଛନ୍ତି । 

ବେଲପଡ଼ା ବ୍ଲକରେ ଆବଶ୍ୟକ ଜଳସେଚନ ବ୍ୟବସ୍ଥା ନ  ଥିବାରୁ ପ୍ରାୟ ୮୫ ଭାଗ ଜମିରେ କପା ଚାଷ ହୋଇଥାଏ । ଯଦି ବି  କେହି ପାରମ୍ପରିକ ପରିବା ଚାଷ କରେ, ତା’ହେଲେ ଅଭାବୀ ବିକ୍ରିର  ଶିକାର ହୋଇଥାଏ । ତେଣୁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ଦୁଇବର୍ଷ ତଳେ ଅଦିନିଆ ପନିପରିବା ଓ ଫଳଚାଷ କରି ଲୋକଙ୍କ  ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । କମ୍‌ ପାଣି ବ୍ୟବହାର କରି ଶୀଘ୍ର ଅମଳ ଦେଉଥିବା ବର୍ଷାଦିନିଆ  ତରଭୁଜ ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା । ଗତବର୍ଷ  ପ୍ରଥମ କରି ୧୦ ଏକର ଜମିରେ ହାତଗଣତି କେତେକ ଚାଷୀଙ୍କୁ  ବିଭାଗ ପକ୍ଷରୁ ବିହନ ଯୋଗାଇ ଦିଆଯାଇଥିଲା । ବିହନ ରୋପଣର ୭୦ଦିନ ପରେ ସେମାନେ ଅମଳ ଆରମ୍ଭ କରିଥିଲେ । ଏଥର ବର୍ଷ  ଆରମ୍ଭରୁ ଉଦ୍ୟାନ କୃଷି ବିଭାଗ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ୧୧୨.୫ ଏକର ଅର୍ଥାତ୍‌ ପ୍ରାୟ ୪୫ ହେକ୍ଟରରେ ଚାଷ କରିବାକୁ ଉଦ୍ୟମ  କଲା । ସେହିଅନୁସାରେ ଚାଷୀଙ୍କୁ ଆବଶ୍ୟକ ଜ୍ଞାନକୌଶଳ, ସାର,  ବିହନ ଯୋଗାଇ ଦିଆଗଲା । ଜୁନ୍‌ ମାସରେ ଚାଷୀମାନେ ମଞ୍ଜି  ନେଇ ଲଗାଇଲେ । ଆଉ ଗତ ଅକ୍ଟୋବର ପହିଲାରୁ ଅମଳ ଆରମ୍ଭ  ହୋଇଛି । ଏହା ଲମ୍ବାଳିଆ କିସମର ମଞ୍ଜି ହୋଇଥିବାରୁ ତରଭୁଜ ମଧ୍ୟ  ଲମ୍ବା ହୋଇ ସର୍ବାଧିକ ୭ କେଜି ପର୍ଯ୍ୟନ୍ତ ଓଜନ ରହୁଛି । ଏକର ପ୍ରତି  ୧୨ରୁ ୧୫ ଟନ୍‌ ଅମଳ ହେଉଥିବା ବେଳେ ସମଗ୍ର ଅଞ୍ଚଳରୁ ଏପର୍ଯ୍ୟନ୍ତ  ପ୍ରାୟ ୬ଶହରୁ ୭୦୦ ଟନ ଅମଳ ହୋଇସାରିଥିବା ଚାଷୀମାନେ  କହିଛନ୍ତି।

 ମୁଖ୍ୟତଃ ଖରାଟିଆ ତରଭୁଜର ବଜାର ଦର କେଜି ପିଛା  ପ୍ରାୟ ୭ରୁ ୮ଟଙ୍କା ରହୁଥିବା ବେଳେ ବର୍ଷାଦିନିଆ ତରଭୁଜ ୧୫ରୁ ୧୬  ଟଙ୍କାରେ ବିକ୍ରି ହେଉଛି । ବେଲପଡ଼ାରୁ ଅମଳ ହୋଇଥିବା ତରଭୁଜକୁ  ଦୁର୍ଗାପୂଜା ସମୟରେ କୋଲକାତା, ଟାଟା, ରାଞ୍ଚି, ସିଲିଗୁଡ଼ି, ରାୟପୁର,  ଭିଲାଇ, ଲକ୍ଷେ୍ମø, ଦିଲ୍ଲୀ ବଜାରକୁ ପଠାଯାଇଛି । କପାରେ ୬ମାସ  ପରିଶ୍ରମ କଲା ପରେ ମାତ୍ର ୨୦ହଜାର ଟଙ୍କାର ଲାଭ ମିଳୁଥିବା  ବେଳେ ଏହି ତରଭୁଜ ଚାଷରୁ ୭୦ଦିନରେ ଏକର ପ୍ରତି ୧ ଲକ୍ଷ  ପର୍ଯ୍ୟନ୍ତ ମିଳୁଛି ବୋଲି ତରଭୁଜ ବଜାର ବ୍ୟବସ୍ଥା କରାଇଥିବା ରଞ୍ଜନ  କୁମାର ସାହୁ କହିଛନ୍ତି । ବେଲପଡ଼ା ବ୍ଲକ ନାଗଫେଣା ଗାଁର ଚାଷୀ  ଗୋପ ମେହେର ପୂର୍ବରୁ ଜମିରେ କପା ଚାଷ କରୁଥିଲେ । ବର୍ଷକର  ୬ମାସ ଜମିରେ କାମ କରିବାକୁ ପଡୁଥିଲା । କପା ବିକ୍ରି ସମୟରେ  ହଟହଟା ମଧ୍ୟ ହେଉଥିଲେ । ହେଲେ ସେ ନିଜ ୧୦ ଏକର ଜମିରେ  ତରଭୁଜ ଚାଷ କରି ୧୨ଲକ୍ଷ ଟଙ୍କା ରୋଜଗାର କରିଥିବା କହିଛନ୍ତି । 

ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ଉପନିର୍ଦ୍ଦେଶକ  ପ୍ରମୋଦ କୁମାର ସେଠୀ କହିଛନ୍ତି, ଅଦିନିଆ ପରିବା କିମ୍ବା ଫଳରେ  ସବୁବେଳେ ଲାଭ ହୁଏ । ସେଥିପାଇଁ ବେଲପଡ଼ା ବ୍ଲକ ଅଞ୍ଚଳରେ  ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ କୃଷି ମିଶନ  (ଏନ୍‌ଏଚ୍‌ଏମ୍‌) ଏବଂ ରାଜ୍ୟ ଯୋଜନା (ଷ୍ଟେଟ ପ୍ଲାନ)ରେ ଏହି ଚାଷ  କରାଯାଇଥିଲା । ଚାଷୀଙ୍କୁ ସବସିଡି ଦିଆଯାଉଛି । ମଞ୍ଜି ଯୋଗାଣକାରୀ  ସଂସ୍ଥା, ଏପିଓ ଓ ଉଦ୍ୟାନ କୃଷି ବିଭାଗ ମିଳିତ ଭାବେ ଚାଷୀଙ୍କୁ  ସମସ୍ତ ସହଯୋଗ ଦେଉଛନ୍ତି । ବିକ୍ରି ପାଇଁ ମଧ୍ୟ ସମସ୍ୟା ନାହିଁ ।  କୋଲକାତାରେ କେଜି ପ୍ରତି ୧୫ ଟଙ୍କା ଏବଂ ଭୁବନେଶ୍ୱରକୁ ୧୪.୫୦  ଟଙ୍କାରେ ଏଥରର ଅମଳ ଯାଇଛି । ଆଗକୁ ବର୍ଷାଦିନିଆ ତରଭୁଜ ଚାଷ  ଆହୁରି ବୃଦ୍ଧିପାଇବ ବୋଲି ଶ୍ରୀ ସେଠୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.