ପୁରୀ, ୧୫/୦୧ : ପୁରୀ ଜିଲ୍ଲା ଗୋପ ତହସିଲ ବଉଳାଙ୍ଗ ଆରଆଇ ସସପେଣ୍ଡ୍। ବଉଳାଙ୍ଗ ଆରଆଇ ମାର୍ଶାଲ ପ୍ରଧାନଙ୍କୁ ନିଲମ୍ବନ କଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ। କାର୍ଯ୍ୟାଳୟ ପରିସରରେ ମାଦକ ଦ୍ରବ୍ୟ ସେବନ ଓ ଲୋକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ଜିଲ୍ଲାପାଳ ତାଙ୍କୁ ସସପେଣ୍ଡ୍ କରିଛନ୍ତି।
ଅଧିକ ପଢନ୍ତୁ-ପ୍ରଶ୍ନପତ୍ର ଲିକ୍ ରୋକିବ ଡିଜି ଲକର, ପ୍ରଥମେ OSSTET ପରୀକ୍ଷାରେ ହେବ ବ୍ୟବହାର
ସୂଚନାନୁଯାୟୀ, ବଉଳାଙ୍ଗ ଆରଆଇ ମାଦକ ଦ୍ରବ୍ୟ ସେବନ କରି ଲୋକମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏନେଇ ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ମାର୍ଶାଲ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହ ତହସିଲଦାର କୃଷ୍ଣ ପ୍ରସାଦଙ୍କ ବିନା ଅନୁମତିରେ ହେଡ୍ କ୍ଵାଟର ନଛାଡିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।