ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାରବାଟୀ ବ୍ୟାଟେଲ୍: କଳାମାଟି ପିଚ୍‌ରେ ଖେଳାଯିବ ମ୍ୟାଚ୍, ରହିଛି ବଡ଼ ସ୍କୋର୍‌ ସୁଯୋଗ

Published By : Prameya | February 9, 2025 8:31 AM

କଟକ,୦୯/୦୨: ପ୍ରଥମଥର ବାରବାଟୀ ଷ୍ଟାଡିୟମ୍‌ରେ ଦୁଇ ପ୍ରକାରର ପିଚ୍‌ ପ୍ରସ୍ତୁତ କରାଯାଇଛି । କଳାମାଟି ଓ ନାଲି  ମାଟିରେ ଦୁଇଟି ଭିନ୍ନ ଭିନ୍ନ ପିଚ୍‌ ଉପଲବ୍ଧ ରହିଛି । ନାଲି ମାଟି ମହାରାଷ୍ଟ୍ରରୁ ଏବଂ କଳାମାଟି ସ୍ୱତନ୍ତ୍ର ଭାବେ ଓଡ଼ିଶାର କଳାହାଣ୍ଡିରୁ ଆସିଛି । ପ୍ରାୟ ଦୁଇବର୍ଷ ପୂର୍ବରୁ ଏ ଯୋଜନା କରାଯାଇଥିଲା ।  ଉଭୟ ମାଟିର ପିଚ୍‌ କରିବାକୁ ଯାଇ ବିଶେଷଜ୍ଞଙ୍କ ପରାମର୍ଶ ନେଇ  ଆଗେଇଥିଲା ଓସିଏ । ତିନୋଟି ମ୍ୟାଚ୍‌ ପିଚ୍‌ ଓ ୪ଟି ପ୍ରାକ୍ଟିସ୍‌ ପିଚ୍‌  ପ୍ରସ୍ତୁତ କରାଯାଇଥିବା ବେଳେ ଫେବ୍ରୁଆରୀ ୯ର ଭାରତ-ଇଂଲଣ୍ଡ  ମ୍ୟାଚ କଳାମାଟିରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଓସିଏର  ମୁଖ୍ୟ ପିଚ୍‌ କ୍ୟୁରେଟର୍‌ ଅଞ୍ଜନ କୁମାର ଖୁଣ୍ଟିଆ ସୂଚନା ଦେଇଛନ୍ତି ।  

କଳାମାଟି ପିଚ୍‌ରେ ବଡ଼ ସ୍କୋର୍‌ ହେବାର ସୁଯୋଗ ରହିଛି ।  ଉଭୟ ବ୍ୟାଟର୍‌ ଓ ବୋଲରଙ୍କୁ ସହଯୋଗ କରିବ । କାକର ପଡ଼ିବା  ସମ୍ଭାବନା ରହିଥିବାରୁ ପିଚ୍‌ କାକର ଦ୍ୱାରା ବିଶେଷ ପ୍ରଭାବିତ ହେବ  ନାହିଁ । ତା’ଛଡ଼ା ୫୦ ଓଭର ଖେଳ ପରେ ଦ୍ୱିତୀୟ ପାଳି ବେଳକୁ  ପିଚ୍‌ରେ ସାଧାରଣ ରୋଲିଂ କଲେ ନୂଆ ପିଚ୍‌ର ଅନୁଭବ ଦେବ । ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ର ଏହି ପିଚ୍‌ରେ  ରଣଜୀ ମୁକାବିଲା କରାଯାଇଥିଲା । ପିଚ୍‌କୁ ପରୀକ୍ଷା କରାଯିବା ପରେ  ଅନ୍ତର୍ଜାତୀୟ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି।

ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.