ନୀଳଗିରି,୨୪/୧୦: ବାଲେଶ୍ଵର ଜିଲ୍ଲାରେ ବାତ୍ୟା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ନୀଳଗିରିରେ ମୋଟ୍ ୯୭ ଟି ବାତ୍ୟା ଆଶ୍ରୟସ୍ଥଳୀ ଖୋଲିଥିବା ବେଳେ ପିଲା ଛୁଆ ମାନେ ସେଠାରେ ଘର ଦ୍ୱାର ଛାଡି ଆଶ୍ରୟ ନେଇଛନ୍ତି । ବୁଧବାର ରାତିରେ ଏବଂ ଗୁରୁବାର ସକାଳୁ ଚୁଡା,ଗୁଡ଼ ଓ ବିସ୍କୁଟ ଭଳି ଶୁଖୁଲା ଖାଦ୍ୟ ବଣ୍ଟନ କରାଯାଇଛି । ଦ୍ବିପ୍ରହରରେ ଖାଦ୍ୟ ପ୍ରସ୍ତୁତି ଚାଲିଥିବା ବେଳେ ଏହାକୁ ବିଭିନ୍ନ ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ବଣ୍ଟନ କରାଯାଇଛି ।
ତେବେ କିଭଳି ସେବା ଦିଆଯାଉଛି ଏନେଇ, ଗୁରୁବାର ଗୋପୀନାଥପୁର ସ୍କୁଲରେ ଅସ୍ଥାୟୀ ଭାବେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ଆଶ୍ରୟ ନୋଇଥିବା ଲୋକଙ୍କୁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ସୁବିଧା ଉପଲବ୍ଧ କରା ଯାଉଛି ନା ନାହିଁ, ତାହା ପଚାରି ବୁଝିଥିଲେ ।