ଜଳେଶ୍ୱର, ୨୫/୧୦: ବାତ୍ୟା ଦାନା ପ୍ରଭାବରେ ପ୍ରବଳ ପବନ ଯୋଗୁଁ ଘର ଉପରେ ଭାଙ୍ଗି ପଡ଼ିଲା ନଡିଆ ଗଛ । ଗଛ ତଳେ ଚାପି ହୋଇ ଜଣେ ଗୁରୁତର ହୋଇଛନ୍ତି । ଆହତ ଜଣକ ବାଲିଆପାଳ ବ୍ଲକ ଚୈାମୁଖ ଗ୍ରାମର ତପନ ପାତ୍ର ବୋଲି ଜଣାପଡ଼ିଛି
ସୂଚନନୁଯାୟୀ, ମଧ୍ୟ ରାତ୍ରିରୁ ତାଣ୍ଡବ ଆରମ୍ଭ କରି ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା 'ଦାନା' । ଏହାର ପ୍ରଭାବରେ ବାଲେଶ୍ୱରରେ ଭୀଷଣ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିଥିଲା । ଅନେକ ସ୍ଥାନରେ ଗଛ ଗୁଡ଼ିକ ଭାଙ୍ଗି ପଡ଼ିଥିଲା । ଏହାରି ଭିତରେ ଶୁକ୍ରବାର ଭୋର ସମୟରେ ବାଲିଆପାଳ ବ୍ଲକ ଚୈାମୁଖ ଗ୍ରାମର ଶତ୍ରୁଘ୍ନ ପାତ୍ରଙ୍କ ଘର ଉପରେ ଏକ ନିଡ଼ିଆ ଗଛ ଭାଙ୍ଗି ପଡ଼ିଥିଲା । ଘର ଭିତରେ ଶୋଇଥିବା ଶତ୍ରୁଘ୍ନଙ୍କ ସାନଭାଇ ତପନ ପାତ୍ରଙ୍କ ଉପରେ ଗଛଟି ଭାଙ୍ଗି ପଡ଼ିଥିଲା । ଏହି ଦୁର୍ଘଟଣାରେ ତପନ ପାତ୍ର ଗୁରୁତର ହୋଇପଡ଼ିଥିଲେ । ଏହା ଦେଖି ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।