ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଗୋମାଂସ ବୋଝେଇ ଟ୍ରକ ଜବତ, ଗୋଡେଇ ଗୋଡେଇ ଧରିଲେ ବଜରଙ୍ଗ ଦଳ

ଛତ୍ରପୁର,୨୬/୦୭: ଜବତ ହେଲା ଗୋମାଂସ ବୋଝେଇ ଟ୍ରକ । ଛତ୍ରପୁର ଡିଆରଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏଭଳି ଅମାନୁସିକ ଘଟଣା ଦେଖିବାକୁ ମିଳିଛି । ଏହି ଗୋମାଂସ ବୋଝେଇ ଟ୍ରକ କଟକରୁ ହାଇଦ୍ରାବାଦ ଯାଉଥିବା ସୂଚନା ମିଳିଛି । 

ସୂଚନା ଅନୂଯାୟୀ, ବଜରଙ୍ଗଦଳ ସଦସ୍ୟ ଗୋମାଂସ ଚାଲାଣ ହେଉଥିବା ନେଇ କୌଣସି ପ୍ରକାରେ ଖବର ପାଇଥିଲେ । ସ୍ଥାନୀୟ ଯୁବକମାନେ ମିଶି ଡିଆରଡିଏ ଛକ ନିକଟରେ ଟ୍ରକଟିକୁ ଅଟକାଇଥିଲେ । ସେଥିରେ ଥିବା  କଣ୍ଟେନରରେ ବହୁ ପରିମାଣର  ଗୋମାଂସ ରଖାଯାଇଥିଲା । ଉକ୍ତ ଟ୍ରକରୁ ପାଖାପାଖି ୧୨ ଟନ ଗୋମାଂସ ଜବତ କରାଯାଇଛି । ସ୍ଥାନୀୟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି । କିଛି ଦିନ ତଳେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିବାରୁ ଉତ୍ୟକ୍ତ ହୋଇ ଉଠିଛନ୍ତି ସ୍ଥାନୀୟ ଲୋକେ । ଏହି କରବାରର ମୁଖ୍ୟକୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି ବଜରଙ୍ଗ ଦଳର ସଦସ୍ୟ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.