ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଜାପାନକୁ ୫-୧ ହରାଇ ଶୀର୍ଷରେ ଭାରତ, ବୁଧବାର ମାଲେସିଆକୁ ଭେଟିବ

ନୂଆଦିଲ୍ଲୀ, ୧୦/୦୯: ଚୀନର ହୁଲନବୁଇର  ଠାରେ ଚାଲିଥିବା ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ  ଟ୍ରଫିରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ କ୍ରମାନ୍ୱୟରେ  ଦ୍ୱିତୀୟ ବିଜୟ ସହ ପଏଣ୍ଟ ତାଲିକାରେ ଶୀର୍ଷ  ସ୍ଥାନ ବଜାୟ ରଖିଛି । ଚୀନକୁ ହରାଇ ଅଭିଯାନ  ଆରମ୍ଭ କରିଥିବା ଭାରତ ସୋମବାର ଜାପାନକୁ ୫-୧  ଗୋଲ୍‌ରେ ପରାଜିତ  କରିଥିଲା । ସୁଖଜିତ୍‌  ସିଂହ ଡବଲ୍‌ ଗୋଲ୍‌  କରି ବିଜୟରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆସନ୍ତା  ବୁଧବାର ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ମାଲେସିଆକୁ  ଭେଟିବ । 

ଭାରତ-ଜାପାନ ମ୍ୟାଚ୍‌ ଏକତରଫା  ହୋଇଥିଲା । ପ୍ରଥମ କ୍ୱାର୍ଟରର ଦ୍ୱିତୀୟ ମିନିଟ୍‌ରେ  ଖାତା ଖୋଲିଥିଲା ଭାରତ । ସୁଖଜିତ୍‌ ଏହି ଗୋଲ୍‌ କରିଥିଲେ । ତାଙ୍କୁ ଗୋଲ୍‌ରେ ସହାୟତା କରିଥିଲେ  ସଞ୍ଜୟ । ପରବର୍ତ୍ତୀ ମିନିଟ୍‌ରେ ଅଭିଷେକ ଏକାଧିକ  ଜାପାନ ଖେଳାଳିଙ୍କୁ ପଛରେ ପକାଇ ଏକ  ଚମତ୍କାର ଗୋଲ୍‌ କରିଥିଲେ । ଭାରତ ୨-୦ରେ  ଆଗେଇ ଥିଲା । ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ସଞ୍ଜୟ  (୧୭ମିନିଟ୍‌) ଦଳ ପକ୍ଷରୁ ତୃତୀୟ ଗୋଲ୍‌  କରିଥିଲେ । ଜାପାନ ଏହି ଭାଗରେ ଗୋଟିଏ  ପେନାଲ୍ଟି ସୁଯୋଗ ହାତଛଡ଼ା କରିଥିଲା । ପ୍ରଥମାର୍ଦ୍ଧ  ଶେଷ ସୁଦ୍ଧା ୩-୦ରେ ଆଗୁଆ ରହି ଭାରତ  ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା । 

ତୃତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳି  ଆକ୍ରମଣ ଜୋରଦାର କରିଥିଲେ । ମାତ୍ର ଜାପାନ କଡ଼ା ଜବାବ ଦେଇଥିଲା । ଏହି  ଭାଗର ଶେଷ ଆଡ଼କୁ ଜାପାନ ଗୋଟିଏ ଗୋଲ୍‌  ପରିଶୋଧ କରିଥିଲା । ୪୧ମିନିଟ୍‌ରେ କାଜୁମାସା  ମାତ୍‌ସୁମୋଟୋ ଏହି ଗୋଲ୍‌ ଦେଇଥିଲେ । ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଜାପାନ ଗୋଲ୍‌ ପରିଶୋଧ ନେଇ ଆପ୍ରାଣ ଉଦ୍ୟମ କରି ବିଫଳ ହୋଇଥିଲା । ଭାରତ ଏହି ଭାଗରେ ଆଉ ୨ଟି ଗୋଲ୍‌ କରିବା  ସହ ୫-୧ ଗୋଲ୍‌ରେ ବିଜୟ ହାସଲ କରିଥିଲା ।  ୫୪ମିନିଟ୍‌ରେ ଉତ୍ତମ ସିଂହ ଏବଂ ୬୦ମିନିଟ୍‌ରେ  ସୁଖଜିତ୍‌ ଗୋଲ୍‌ କରିଥିଲେ । 

ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ସହ ମୋଟ  ୬ପଏଣ୍ଟ ପାଇ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି ।  ଚୀନ ୩ପଏଣ୍ଟ ସହ ଦ୍ୱିତୀୟ, ଦକ୍ଷିଣ କୋରିଆ  ଓ ପାକିସ୍ତାନ ପ୍ରତ୍ୟେକ ୨ପଏଣ୍ଟ ଲେଖାଏଁ ପାଇ  ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.