ପ୍ରମୂଖ ଖବର
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବକୁ ମୋହର, ଓସିଏସ ପରୀକ୍ଷା ପାଇଁ ଆବେଦନ ବୟସ ସୀମା ବୃଦ୍ଧି

Published By : Suraj Kumar | May 28, 2025 11:06 PM

ଭୁବନେଶ୍ବର, ୨୮।୫ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ପ୍ରସ୍ତାବକୁ  ମଞ୍ଜୁରୀ ମିଳିଛି। ଓସିଏସ ପରୀକ୍ଷା ନିୟମରେ ପରିବର୍ତ୍ତନ କରାଯାଇଛି।  ପରୀକ୍ଷାର୍ଥୀଙ୍କ ଆବେଦନ ବୟସସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି।  

ରାଜ୍ୟରେ AI କୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦିଆଯିବ। AI ନୀତିକୁ ଅନୁମୋଦନ ଦିଆଯାଇଛି।   AI ମିଶନ ଓ AI ସେଲ ଆରମ୍ଭ କରାଯିବ । AI କ୍ଷେତ୍ରରେ ସ୍ଟାଟପକୁ ପ୍ରୋତ୍ସାହନ ଦିଆଯିବ।  ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦିର ଉନ୍ନତି ମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ  ନିର୍ମାଣକୁ ଅନୁମୋଦନ ମିଳିଛି । ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି।  ଏଥିପାଇଁ ୧୨୧ କୋଟି  ଟଙ୍କା ଅନୁଦାନଙ୍କୁ ଅନୁମୋଦନ ମିଳିଛି। 

ଜଗତସିଂହପୁରରେ JSW ନିର୍ମାଣ କରିବ ନିଜସ୍ୱ ଜେଟି। ଏଥି ପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କଲା କ୍ୟାବିନେଟ।    ଯେଉଁଥିଳେ ୩୪୫୦ ଲୋଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ନିଯୁକ୍ତି ମିଳିବ। ଓଡିଶା ଚକ୍ଷୁ ସେବା ପାଇଁ ୧୪୧ ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତି ଭିତରେ ୨୦୦ ଟି ପଦବୀ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.